ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ମିଠାଯୁକ୍ତ ଖାଦ୍ୟ ଯେପରି ବିସ୍କୁଟ୍, ଚକୋଲେଟ୍, ମିଠା ଭଳି ଖାଦ୍ୟ ଖାଇବା ପରେ ପାଟି ନ ଧୋଇଲେ ଧୀରେ ଧୀରେ ଦାନ୍ତରେ ପରସ୍ତ ଜମିଯାଏ। ଏହା ଫଳରେ ଦାନ୍ତରେ ଛୋଟ ଛୋଟ ଛିଦ୍ର ସୃଷ୍ଟି ହୁଏ। ପରେ ଦାନ୍ତର ଛିଦ୍ରରେ ପୋକ ଲାଗିବା ଆରମ୍ଭ ହୁଏ। ତେଣୁ, ଏହାକୁ ରୋକିବାର ଆବଶ୍ୟକତା ରହିଛି ବୋଲି ଡାକ୍ତର କୁହନ୍ତି।
ତେବେ ଦାନ୍ତ ପୋକଡ଼ା ହେବାରୁ ଏହାକୁ କିପରି ରୋକି ହେବ, ସେ ସମ୍ପର୍କରେ ବିଶିଷ୍ଟ ଓରାଲ ଏବଂ ମ୍ୟାକ୍ସିଲୋଫେସିଆଲ ସର୍ଜନ ଡାକ୍ତର ପ୍ରୀତିଶ ପଟ୍ଟନାୟକଙ୍କଠାରୁ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #OralCavities #ToothDecay #Causes #Treatment #Healthcare #OdiaHealthTips
















