ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ସ୍ନେହ ଏବଂ ସମ୍ପର୍କର ଏହି ପର୍ବରେ ଭାଇ ହାତରେ ରାକ୍ଷୀ ବାନ୍ଧିଛି ଭଉଣୀ। ରାକ୍ଷୀ ପୂର୍ଣ୍ଣିମାକୁ ଗହ୍ମା ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ।

ଏହି ପର୍ବରେ ଭାଇହାତରେ ରାକ୍ଷୀ ବାନ୍ଧି ତା’ର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥାଏ ଭଉଣୀ। ପ୍ରତିବଦଳରେ ଭାଇ ସଂକଳ୍ପ କରିଥାଏ ଭଉଣୀକୁ ସୁରକ୍ଷା ଦେବାକୁ। ଆଜି ରାକ୍ଷୀ ପୂର୍ଣ୍ଣିମା ପାଇଁ ଘରେ ଘରେ ପିଠାପଣାର ଆସର।

ଭାଇ ହାତରେ ରାକ୍ଷୀ ବାନ୍ଧିଲା ବେଳେ ମଥାରେ ଚନ୍ଦନ ଟିପା ଲଗାଇ ମୁଣ୍ଡରେ ଫୁଲ ଚାଉଳ ପକାଇ ବନ୍ଦାପନା କରିଥାଏ ଭଉଣୀ। ଭଉଣୀ ବଡ଼ ଭାଇଙ୍କଠାରୁ ଆଶୀର୍ବାଦ ନେଇଥାଏ ଏବଂ ସାନଭାଇକୁ ଆଶୀର୍ବାଦ ଦେଇଥାଏ। ବର୍ଷର ଏହି ଦିନଟିକୁ ଚାହିଁ ରହିଥାନ୍ତି ଉଭୟ ଭାଇ ଭଉଣୀ। ରାକ୍ଷୀ ବାନ୍ଧିଲା ବେଳେ ଭଉଣୀକୁ ମନଲାଖି ଉପହାର ମଧ୍ୟ ଦେଇଥାଏ ଭାଇ।

ଭାଇ ଉଭଣୀଙ୍କର ଏହି ସ୍ନେହ ବନ୍ଧନକୁ ଅତୁଟ ରଖିବାର ମାଧ୍ୟମ ପାଲଟିଥାଏ ରାକ୍ଷୀ। ରାକ୍ଷୀ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ମାସକ ପୂର୍ବରୁ ଗାଁଠୁ ସହର ଯାଏଁ ରାକ୍ଷୀ ଦୋକାନ ଖୋଲାଯାଇଥିଲା। ନିଜ ମନପସନ୍ଦର ରାକ୍ଷୀ କିଣି ଆଜି ଭାଇ ହାତରେ ବାନ୍ଧିଛି ଭଉଣୀ।

Tags: #RakhiPurnima #Festival #Celebration #Rakhi #BondofLove

Comment