ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟପେୟରେ ଅନିୟମିତତା ଏବେ ବିଭିନ୍ନ ରୋଗର କାରଣ ପାଲଟିଛି। ଏହା ମଧ୍ୟରେ ସବୁଠାରୁ ଆଗରେ ରହିଛି ଡାଏବେଟିସ୍। ବର୍ତ୍ତମାନ ଘରେ ଘରେ କାହାକୁ ନା କାହାକୁ ଡାଇବେଟିସ୍ ହୋଇଥିବା ଦେଖିବାକୁ ମିଳୁଛି।

ଡାକ୍ତରଙ୍କ କହିବା ଅନୁସାରେ ଜଣେ ବ୍ୟକ୍ତିଙ୍କୁ ଡାଏବେଟିସ୍‌ ହେଲେ ସହଜରେ ଏହାର ଲକ୍ଷଣ ଜଣାପଡ଼ିନଥାଏ। ଫଳରେ ବ୍ୟକ୍ତି ଜଣକ ଠିକଣା ସମୟରେ ଏହାର ଚିକିତ୍ସା କରନ୍ତି ନାହିଁ ଓ ଏହା ରୋଗୀଙ୍କୁ ବିଭିନ୍ନ ଜଟିଳତା ଆଡ଼କୁ ନେଇଯାଏ। ଠିକ୍ ସମୟରେ ଡାଏବେଟିସ୍‌ର ଲକ୍ଷଣକୁ ଚିହ୍ନି ଏହାର ଚିକିତ୍ସା କରାଇବା ଆବଶ୍ୟକ ବୋଲି ଡାକ୍ତର କୁହନ୍ତି।

ତେବେ ଡାଏବେଟିସ୍‌କୁ ଚିହ୍ନବେ କେମିତି, ସେ ସମ୍ପର୍କରେ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ମଧୁସ୍ମିତା ସାହୁଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Diabetes #Symptoms #Causes #Treatment #Healthcare #OdiaHealthTips

Comment