ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ। ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ପରମ୍ପରା ଅନୁସାରେ ଆଜି ପୁରୀ ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟା ଧୂପ ଶେଷ ହେବା ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ। ମହାଜନ ସେବକଙ୍କ ଦ୍ୱାରା ଏହି ନୀତି ସମ୍ପାଦନ ହେବ।

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଲାଗି ଭୁବନେଶ୍ବର ସ୍ଥିତ ଇସ୍କନ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ପ୍ରଭୁଙ୍କୁ ଦର୍ଶନ କରିବା ଲାଗି ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି।  

ଯଶୋଦା ନନ୍ଦନ ଭଗବାନ ଶ୍ରୀକୃଷ୍ଣଙ୍କୁ ରାତି ୧୨ଟାରେ ଅଭିଷେକ କରାଯିବ। ପୂଜାର୍ଚ୍ଚନା ସାରିବା ପରେ ବ୍ରତଧାରୀମାନେ ପ୍ରସାଦ ସେବନ କରି ନିଜ ବ୍ରତ ଖୋଲିବେ।

ରାଜଧାନୀ ଭୁବନେଶ୍ୱରର ଇସ୍କନ ମନ୍ଦିର ସହ ରାମମନ୍ଦିର ପରି ସହର ଓ ଗାଁ ଗାଁର ଗଳିକନ୍ଦିରେ ଥିବା ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି।

ପୌରାଣିକ କଥା ଅନୁସାରେ ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ ମଥୁରା ନରେଶ କଂସଙ୍କୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ। ଏହା ଥିଲା ତାଙ୍କର ଶ୍ରୀକୃଷ୍ଣ ଅବତାର।

କଂସଙ୍କ ଦ୍ୱାରା ବନ୍ଦୀ  ଭଉଣୀ ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ ଶ୍ରୀକୃଷ୍ଣ ଜନ୍ମ ଗ୍ରହଣ କରିଥିଲେ। ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କ ଧରାବତରଣର ଉଦ୍ଦେଶ୍ୟ।

Tags: #ShreeKishnaJanmastami #Culture #Tradition #Celebration

LEAVE A REPLY

Please enter your comment!
Please enter your name here