ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ବାହାରିଲା ଲଗ୍ନ। ଆସନ୍ତା ସେପ୍ଟେମ୍ବର ୮ ତାରିଖ ସକାଳ ୯ଟା ୧୨ରୁ ୯ଟା ୨୭ ମିନିଟ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ଲାଗିହେବ।

ପ୍ରତିବର୍ଷ ନନ୍ଦୋତ୍ସବରେ ନୂଆଁଖାଇ ଲାଗି ଲଗ୍ନ ସ୍ଥିର କରାଯାଇଥାଏ। ପରମ୍ପରା ଅନୁଯାୟୀ ମଙ୍ଗଳବାର ନନ୍ଦୋତ୍ସବ ଅବସରରେ ସମ୍ବଲପୁର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭା ନୂଆଁଖାଇ ଲଗ୍ନ ସ୍ଥିର କରିଛନ୍ତି।

ନୂଆଁଖାଇ ଲଗ୍ନ ନିର୍ଦ୍ଧାରଣ ପାଇଁ ମଙ୍ଗଳବାର ଦିନ ଆୟୋଜିତ ପଣ୍ଡିତ ମହାସଭାରେ ପ୍ରଥମେ ବିଷ୍ଣୁ ସହସ୍ର ନାମ ପାଠ କରାଯାଇଥିଲା। ଏଠାରେ ମା’ ସମଲେଶ୍ଵରୀଙ୍କ ରାଶି ନକ୍ଷତ୍ର ଗଣନା କରି ଏହି ଲଗ୍ନ ନିର୍ଦ୍ଧାରଣ ହୋଇଥିଲା। ଏହାପରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ସଦସ୍ୟ ଓ ପୂଜକମାନେ ମା’ ସମଲେଶ୍ଵରୀଙ୍କଠାରେ ଲଗ୍ନପତ୍ର ଅର୍ପଣ କରିଥିଲେ।

Tags: #Nuakhai #MaaSamaleswari #WesternOdisha #Festival #Sambalpur #Odisha

LEAVE A REPLY

Please enter your comment!
Please enter your name here