ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ୯ଟି ରାଜ୍ୟର ୧୨ଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହୋଇଛି। ସବୁ ସିଟରେ ପ୍ରାର୍ଥୀମାନେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି। ଉପନିର୍ବାଚନ ପରେ ଏବେ ରାଜ୍ୟସଭାରେ ଏନଡିଏ ପୁଣି ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଏନଡିଏ ସାଂସଦଙ୍କ ସଂଖ୍ୟା ୧୧୨କୁ ବୃଦ୍ଧି ପାଇଛି।

ଚଳିତ ରାଜ୍ୟସଭା ଉପନିର୍ବାଚନରେ ୧୨ଟି ଆସନରୁ ଏନଡିଏର ୧୧ ଜଣ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବିଜେପିର ୯ ଜଣ ପ୍ରାର୍ଥୀ ରହିଥିବାବେଳେ ଏନସିପି (ଅଜିତ୍ ପୱାର) ଗୋଷ୍ଠୀ ଏବଂ ଜେଡିୟୁର ଜଣେ ଲେଖାଏଁ ପ୍ରାର୍ଥୀ ଜିତିଛନ୍ତି। ସେହିପରି ଉପନିର୍ବାଚନରେ କଂଗ୍ରେସର ଜଣେ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ଏଥର ଆସାମ, ବିହାର, ମହାରାଷ୍ଟ୍ରର ୨ଟି ଲେଖାଏଁ ଏବଂ ଓଡ଼ିଶା, ହରିୟାଣା, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା ଓ ତେଲେଙ୍ଗାନାର ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା। ଓଡ଼ିଶାରୁ ବିଜେପି ପ୍ରାର୍ଥୀ ମମତା ମହାନ୍ତ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହେଇଛନ୍ତି।

ଉପନିର୍ବାଚନ ପରେ ରାଜ୍ୟସଭାରେ ଏନଡିଏର ୧୨୨ ଜଣ ସାଂସଦଙ୍କ ମଧ୍ୟରେ ବିଜେପି ସାଂସଦଙ୍କ ସଂଖ୍ୟା ବଢ଼ି ୯୬ରେ ପହଞ୍ଚିଛି। ସେହିପରି ବିରୋଧୀ ଇଣ୍ଡିଆ ମେଣ୍ଟର ସାଂସଦଙ୍କ ସଂଖ୍ୟା ୮୮ ରହିଛି। ସେଥିରୁ କଂଗ୍ରେସର ୨୭ ଜଣ ସାଂସଦ ରହିଛନ୍ତି। ଏବେ ବି ରାଜ୍ୟସଭାରେ ୮ଟି ଆସନ ଖାଲି ପଡ଼ିଛି।

ଚଳିତବର୍ଷ ଲୋକସଭା ନିର୍ବାଚନରେ ଅନେକ ରାଜ୍ୟସଭା ସାଂସଦ ପ୍ରତିଦ୍ଵନ୍ଦ୍ଵିତା କରିଥିଲେ। ଏହାପରେ ରାଜ୍ୟସଭାର କିଛି ଆସନ ଖାଲି ପଡ଼ିଥିଲା। ଏହିସବୁ ଆସନରେ ଉପନିର୍ବାଚନ ହୋଇଥିଲା।

Tags: #RajysabhaByelection #MPs #NDA #INDIA #Politics

LEAVE A REPLY

Please enter your comment!
Please enter your name here