ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମିଳୁଥିବା ଗୋପବନ୍ଧୁ ସ୍ଵାସ୍ଥ୍ୟବୀମା ଯୋଜନାର ଅବଧିକୁ ଆଉ ୧ ବର୍ଷ ବଢ଼ାଇଛନ୍ତି ରାଜ୍ୟ ସରକାର। ଯୋଜନା ଅନ୍ତର୍ଗତ ସାମ୍ବାଦିକଙ୍କ ୨୦୨୩ରେ ପଞ୍ଜୀକୃତ ହୋଇଥିବା ସ୍ୱାସ୍ଥ୍ୟବୀମା ଆଉ ବର୍ଷେ ବଳବତ୍ତର ରହିବ। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଗୋପବନ୍ଧୁ ସ୍ଵାସ୍ଥ୍ୟବୀମା ଯୋଜନାର ଅବଧି ଅଗଷ୍ଟ ୩୧ ତାରିଖରେ ସରିବାକୁ ଯାଉଥିଲା। ଯୋଜନାର ବାବଦରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ବିଧାନସଭାରେ ସରକାରଙ୍କ ପ୍ରଶ୍ନ କରିଥିଲେ। ଏହାର ଜବାବରେ ଯୋଜନାର ଅବଧିକୁ ଆଉ ବର୍ଷେ ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତର ଦେଇଥିଲେ।

ସାମ୍ବାଦିକମାନଙ୍କ ନିମନ୍ତେ ପୂର୍ବରୁ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶି ୨ ଲକ୍ଷ ଟଙ୍କା ରହିଥିଲା। ୨୦୨୩ ମସିହାରେ ଏହି ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହି ସୁବିଧା କାର୍ଯ୍ୟରତ ସାମ୍ବାଦିକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ମିଳୁଛି।

Tags: #GopabandhuSwasthyaBimaYojana #WorkingJournalists #HealthInsurance #OdishaGovt

LEAVE A REPLY

Please enter your comment!
Please enter your name here