ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଚାଲୁଥିବା ‘ନୂଆ-ଓ’ ଯୋଜନାକୁ ବନ୍ଦ କରିଛନ୍ତି ରାଜ୍ୟ ସରକାର। ଏହା ବଦଳରେ ‘ଫାଇନାନ୍ସିଆଲ ଆସିଷ୍ଟାନ୍ସ ଟୁ ୟୁଜି, ପିଜି ଷ୍ଟୁଡେଣ୍ଟସ’ ନାମରେ ଏକ ନୂଆ ଯୋଜନା କାର୍ଯ୍ୟକାରୀ ହେବ। ଏନେଇ ଶୁକ୍ରବାର ବିଧାନସଭାରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଶୁକ୍ରବାର ବିଧାନସଭାର ପ୍ରଶ୍ନକାଳରେ ବିଧାୟକ ଚକ୍ରମଣି କହଁର ‘ନୂଆ-ଓ’ ଯୋଜନା ବିଷୟରେ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତର ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଯୋଜନାକୁ ବନ୍ଦ କରାଯାଇଥିବା ଘୋଷଣା କରିଥିଲେ।

“ପୂର୍ବ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ‘ନୂଆ-ଓ’ ଯୋଜନାକୁ ବନ୍ଦ କରାଯାଇଛି। ଚଳିତ ବଜେଟରେ ଏଥିପାଇଁ କୌଣସି ବ୍ୟୟ ଅଟକଳ ହୋଇନାହିଁ। ପିଜି ଓ ୟୁଜି ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଆମେ ନୂଆ ଯୋଜନା ଆଣିବୁ। ଏହାର ପ୍ରସ୍ତୁତି ଜାରି ରହିଛି”, କହିଛନ୍ତି ସୂର୍ଯ୍ୟବଂଶୀ ସୂରଜ।

‘ନୂଆ-ଓ’ ଯୋଜନାରେ ରାଜ୍ୟର ସବୁ ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ମିଳିବା ପାଇଁ ପୂର୍ବ ସରକାର ଘୋଷଣା କରିଥିଲେ। ଏଥିରେ ଛାତ୍ରଙ୍କୁ ୯ ହଜାର ଟଙ୍କା ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କାର ବୃତ୍ତି ଯୋଗାଇ ଦିଆଯିବାକୁ ଯୋଜନା କରାଯାଇଥିଲା।

Tags: #NuaOScheme #Schlorship #UG&PGStudents #OdishaGovt

LEAVE A REPLY

Please enter your comment!
Please enter your name here