ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶର ପ୍ରୟାଗରାଜ ସ୍ଥିତ ଏକ ମଦ୍ରାସାରେ ନକଲି ନୋଟ ଛାପିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଉକ୍ତ ମଦ୍ରାସାରୁ ୧ ଲକ୍ଷ ୩୦ ହଜାର ଟଙ୍କାର ନକଲି ନୋଟ ଜବତ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଓଡ଼ିଶାର ହୋଇଥିବା ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଗିରଫ ହୋଇଥିବା ଓଡ଼ିଆ ଜଣଙ୍କ ନାଁ ଜାହିର ଖାନ। ତାଙ୍କ ଘର ଭଦ୍ରକରେ ଥିବା ଜଣାପଡ଼ିଛି। ସେ ଗତ ୪ ବର୍ଷ ତଳେ ଏହି ମଦ୍ରାସାକୁ ପାଠ ପଢ଼ିବାକୁ ଆସିଥିଲେ। ମାମଲାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ପୋଲିସର ଏକ ଦଳ ଓଡ଼ିଶା ଆସିବାର ସମ୍ଭାବନା ରହିଛି।

ପ୍ରୟାଗରାଜର ଏହି ମଦ୍ରାସାରେ ନକଲି ନୋଟ କାରବାର ହେଉଥିବା ସୂଚନା ପାଇ ମଙ୍ଗଳବାର ଉତ୍ତରପ୍ରଦେଶ ପୋଲିସ ଚଢ଼ଉ କରିଥିଲା। ସେଠାରୁ ଏକ ପ୍ରିଣ୍ଟର ସହ ୧୩୦୦ଟି ନକଲି ଶହେ ଟଙ୍କିଆ ଜବତ କରାଯାଇଥିଲା।

ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ମଦ୍ରାସାର ପ୍ରଧାନଶିକ୍ଷକ ମଧ୍ୟ ରହିଛନ୍ତି। ଏହାସହ ଆରଏସଏସ ଓ ହିନ୍ଦୁ ବିରୋଧୀ କିଛି ପୁସ୍ତକ ମଧ୍ୟ ମଦ୍ରାସାରୁ ଜବତ ହୋଇଛି।

ଉତ୍ତରପ୍ରଦେଶ ପୋଲିସ ଏବେ ଏହି ମାମଲାର ତଦନ୍ତ ଚଳାଇଛି। ଏହି ନକଲି ନୋଟ୍ ରାକେଟରେ ସମ୍ପୃକ୍ତ ଥିବା ଅନ୍ୟ ଲୋକମାନଙ୍କୁ ଧରିବା ପାଇଁ ପୋଲିସ ଛାନଭିନ୍ କରୁଛି।     

Tags: #FakeCurrencyRacket #Madrasa #Prayagraj #UttarPradesh

Comment