ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପବିତ୍ର ରାଧାଷ୍ଟମୀ। ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଚକ୍ରରାଜ ସୁଦର୍ଶନ ନଗର ପରିକ୍ରମା କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି। 

ବୁଧବାର ଅପରାହ୍ନରେ ପ୍ରଭୁ ସୁଦର୍ଶନଙ୍କ ଚଳନ୍ତି ପ୍ରତିମା ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିବାପରେ ବିମାନରେ ବାହାରକୁ ବାହାରି ନଗର ପରିକ୍ରମା କରିବେ। ସେ ପନ୍ତି ଭୋଗ ଖାଇ ପୁରୀ ଗୌଡ଼ବାଡ଼ ସାହିରେ ଥିବା ଜମ୍ବେଶ୍ୱର ମହାଦେବ ମନ୍ଦିରକୁ ବିଜେ କରିବେ।

ସେଠାରେ ଶୀତଳ ଭୋଗ ଓ ପ୍ରସାଦ ଲାଗି ନୀତି ଅନୁଷ୍ଠିତ ହେବ। ଜମ୍ବେଶ୍ୱର ମହାଦେବଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ହିସାବ ପ୍ରଭୁ ସୁଦର୍ଶନଙ୍କ ସମ୍ମୁଖରେ ପଢ଼ି ନୀତି ସମ୍ପର୍ଣ୍ଣ କରିବେ।

ପ୍ରଭୁ ସୁଦର୍ଶନ ଜମ୍ବେଶ୍ୱର ମହାଦେବଙ୍କଠାରୁ ଆୟବ୍ୟୟ ହିସାବ ଆଣିବା ପରେ ସେଠାରୁ ଶ୍ରୀମନ୍ଦିରକୁ ଫେରିବେ। ବୁଧବାର ଏହିସବୁ ନୀତିକାନ୍ତି ପାଇଁ ଶ୍ରୀମନ୍ଦିର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।     

Tags: #Radhastami #Ritual #Culture #SriMandir #Puri

LEAVE A REPLY

Please enter your comment!
Please enter your name here