ଓଡ଼ିଶାଲାଇଭ୍ ବ୍ୟୁରୋ

ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇଏମ)ର ସାଧାରଣ ସମ୍ପାଦକ ତଥା ବରିଷ୍ଠ ରାଜନେତା ସୀତାରାମ ୟେଚୁରୀଙ୍କର ପରଲୋକ ହୋଇଛି। ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିନ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ସେ ଫୁସଫୁସ ଜନିତ ସମସ୍ୟା ତଥା ନିମୋନିଆରେ ପୀଡ଼ିତ ଥିଲେ।

ନିମୋନିଆରେ ପୀଡ଼ିତ ହେବା ପରେ ସୀତାରାମ ୟେଚୁରୀଙ୍କୁ ଗତ ଅଗଷ୍ଟ ୧୯ ତାରିଖରେ ଚିକିତ୍ସା ପାଇଁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ଵାସ୍ଥାବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ପରେ ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିଲା। ଗୁରୁବାର ଦିନ ସୀତାରାମ ୟେଚୁରୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

ସୀତାରାମ ୟେଚୁରୀ ୧୯୫୨ ମସିହା ଅଗଷ୍ଟ ୧୨ରେ ତାମିଲନାଡୁର ଚେନ୍ନାଇଠାରେ ଜନ୍ନଗ୍ରହଣ କରିଥିଲେ। ୧୯୭୪ ମସିହାରେ ସେ ଷ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆ (ଏସଏଫଆଇ) ରେ ସାମିଲ  ହୋଇଥିଲେ। ପରେ ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ। ୧୯୯୨ମସିହାରେ ସୀତାରାମ ୟେଚୁରୀ ସିପିଆଇଏମ ପୋଲିଟ୍ ବ୍ୟୁରୋର ଅଧ୍ୟକ୍ଷ ମଧ୍ୟ ରହିଥିଲେ।

ସେ ୨୦୦୫ରୁ ୨୦୧୭ ମସିହା ପର୍ଯ୍ୟନ୍ତ ପଶ୍ଚିମବଙ୍ଗରୁ ରାଜ୍ୟସଭାକୁ ଯାଇଥିଲେ। ୨୦୧୬ ମସିହାରେ ସଂସଦର ଶ୍ରେଷ୍ଠ ସାଂସଦ ଭାବେ ସୀତାରାମ ୟେଚୁରୀ ପୁରସ୍କୃତ ହୋଇଥିଲେ।

Tag: #SitaramYechury #CPIMGeneralSecretarySitaramYechury #SitaramYechury #Politician #India

Comment