ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। ଗାଁରୁ ସହର ସବୁଠି ଉତ୍ସବ ମୁଖର। ବିଭିନ୍ନ ଶିଳ୍ପ ଅନୁଷ୍ଠାନରେ ବେଶ ଧୂମଧାମରେ ପାଳନ କରାଯାଉଛି ପୂଜା। ଓଡ଼ିଶାର ଶିଳ୍ପ ନଗରୀ ରାଉରକେଲା, ତାଳଚେର ସମେତ ବନ୍ଦର ନଗରୀ ପାରାଦୀପରେ ବଡ଼ ବଡ଼ ମଣ୍ଡପରେ ବିଶ୍ୱକର୍ମାଙ୍କ ପୂଜା କରାଯାଉଛି।

ପ୍ରାଚୀନ ଗ୍ରନ୍ଥ, ଉପନିଷଦ ଏବଂ ପୁରାଣ ଅନୁସାରେ ବିଶ୍ଵକର୍ମା ହେଉଛନ୍ତି ଶ୍ରେଷ୍ଠ ଶିଳ୍ପୀ। ସେ ବିଶ୍ଵର ନିର୍ମାଣକର୍ତ୍ତା। ସ୍ୱର୍ଗ ଲୋକ, ସ୍ୱର୍ଣ୍ଣ ଲଙ୍କା, ଦ୍ୱାରିକା ଏବଂ ହସ୍ତିନାପୁର ତଥା ଇନ୍ଦ୍ରପ୍ରସ୍ଥ ବିଶ୍ୱକର୍ମାଙ୍କ ଦ୍ୱାରା ନିର୍ମାଣ ହୋଇଥିଲା।

ବିଶ୍ୱକର୍ମା ପୂଜା ଶିଳ୍ପକାର, କାରିଗରମାନଙ୍କ ପାଇଁ ବହୁତ ମହତ୍ୱପୂର୍ଣ୍ଣ। ଏହି ଦିନ ଲୋକମାନେ ନିଜ କାରଖାନାରେ ସ୍ଥାପିତ ଉପକରଣ ଓ ଯନ୍ତ୍ରଗୁଡ଼ିକର ପୂଜା କରିଥାଆନ୍ତି। ଏହାସହ ଯାନବାହାନର ମଧ୍ୟ ପୂଜା କରାଯାଏ। ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ଦ୍ୱାରା ସେମାନଙ୍କ ଶିଳ୍ପ ତଥା ବ୍ୟବସାୟର ଉନ୍ନତି ହୋଇଥାଏ ବୋଲି ବିଶ୍ଵାସ ରହିଛି।

Tags: #ViswakarmaPuja #Culture #Tradition #Odisha

Comment