ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଓଡ଼ିଶାରେ ବିଜେପିର ନୂଆ ସରକାରକୁ ପୂରିଲା ୧୦୦ ଦିନ। ଏହି ଅବସରରେ ଜନତାଙ୍କ ଆଗରେ ନିଜ ରିପୋର୍ଟ କାର୍ଡ ରଖିବେ ସରକାର। ଏନେଇ ଗୁରୁବାର ପୁରୀରେ ବିଶାଳ ସମାବେଶ ଓ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସମେତ ଅନ୍ୟ ମନ୍ତ୍ରୀ ତଥା ବିଜେପିର ସବୁ ସାଂସଦ, ବିଧାୟକ ଓ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେବେ। ଏଠାରେ ୧୦୦ ଦିନର ଉପଲବ୍ଧିକୁ ବଖାଣିବେ ସରକାର।

ଏହି ସମାବେଶକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହରରେ ପ୍ରାୟ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ବିଜେପିର ପ୍ରାୟ ୩୦ ହଜାର କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ପ୍ରତି ନିର୍ବାଚନମଣ୍ଡଳୀରୁ ଏକାଧିକ  ନେତା ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଛନ୍ତି।

Tags: #OdishaGovt #BJP #Puri #Odisha

LEAVE A REPLY

Please enter your comment!
Please enter your name here