ଓଡ଼ିଶାଲାଇଭ ବ୍ୟୁରୋ
ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଆତିଶି ମାର୍ଲେନା। ଆମ୍ ଆଦମୀ ପାର୍ଟି (ଆପ) ର ବରିଷ୍ଠ ନେତ୍ରୀ ଆତିଶି ମାର୍ଲେନା ଶନିବାର ଦିନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଉପରାଜ୍ୟପାଳ ଆତିଶିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଆତିଶିଙ୍କ ସହ ୫ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି।
ଆତିଶିଙ୍କ କ୍ୟାବିନେଟର ୫ ଜଣ ମନ୍ତ୍ରୀ ହେଉଛନ୍ତି ଗୋପାଳ ରାୟ, କୈଳାସ ଗେହଲଟ, ସୌରଭ ଭରଦ୍ଵାଜ, ଇମ୍ରାନ ହୁସେନ ଓ ମୁକେଶ ଅହଲାଓ୍ଵତ। ମୁକେଶ ଅହଲାଓ୍ଵତ କ୍ୟାବିନେଟର ନୂଆ ମନ୍ତ୍ରୀ ହୋଇଥିବାବେଳେ ଅନ୍ୟ ୪ ଜଣ ପୂର୍ବ ମନ୍ତ୍ରୀମଣ୍ଡଳରେ ଥିଲେ।
ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଇସ୍ତଫା ପରେ ଆତିଶି ମାର୍ଲେନାଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କରିବା ଲାଗି ଆପ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହା ପରେ ଆତିଶି ନୂଆ ସରକାର ଗଠନ କରିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରସ୍ତାବ ଦେଇଥିଲେ। ଆତିଶିଙ୍କ ପ୍ରସ୍ତାବକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଶନିବାର ଦିନ ସେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
Tags: #Politics #DelhiPolitics #AtishiMarlena #NewCM #CMofDelhi #NewDelhi