ଓଡ଼ିଶାଲାଇଭ ବ୍ୟୁରୋ
ଆମ୍ ଆଦମୀ ପାର୍ଟି (ଆପ) ର ବରିଷ୍ଠ ନେତ୍ରୀ ଆତିଶି ମାର୍ଲେନା ଶନିବାର ଦିନ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଇସ୍ତଫା ପରେ ଦିଲ୍ଲୀର ନେତୃତ୍ଵ ନେବେ ଆତିଶି। ନୂଆ ସରକାର ଗଠନ ପାଇଁ ଆତିଶି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିସାରିଛି।
ଶପଥ ନେବା ପରେ ଆତିଶି ମାର୍ଲେନା ହେବେ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ। ଶନିବାର ଅପରାହ୍ଣ ୪ଟା ୩୦ ସମୟରେ ରାଜଭବନଠାରେ ଆୟୋଜିତ ସମାରୋହରେ ଶପଥ ନେବେ ଆତିଶି। ଆତିଶି ମାର୍ଲେନାଙ୍କ ସହ ଆଉ ୫ ଜଣ ମନ୍ତ୍ରୀ ଭାବେ ଶପଥ ନେବେ।
ଆପର ବରିଷ୍ଠ ନେତା ଗୋପାଳ ରାୟ, କୈଳାସ ଗେହଲଟ, ସୌରଭ ଭରଦ୍ଵାଜ, ଇମ୍ରାନ ହୁସେନ ଓ ମୁକେଶ ଅହଲାବତ ମନ୍ତ୍ରୀ ଭାବେ ଆଜି ଶପଥ ନେବେ।
Tags: #Politics #DelhiPolitics #AtishiMarlena #NewCM #CMofDelhi #Resignation #NewDelhi