ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ବିଶ୍ଵ ଅଲଜାଇମର୍ସ ଡେ’। ଅଲଜାଇମର ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୨୧ ତାରିଖକୁ ଏହି ଦିବସ ପାଳନ କରାଯାଉଛି।

ଅଲଜାଇମର ରୋଗ ହେଉଛି ସବୁଠାରୁ ସାଧାରଣ ପ୍ରକାରର ଡିମେନସିଆ। ଅଲଜାଇମର ରୋଗ ମସ୍ତିଷ୍କର କୋଷଗୁଡ଼ିକୁ ନଷ୍ଟ କରିଦେଇଥାଏ। ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କର ସ୍ମୃତି ଶକ୍ତି ହ୍ରାସ ହୁଏ, ବାରମ୍ବାର ଭୁଲିଯିବା, କୌଣସି ନିଷ୍ପତ୍ତି ନେବାରେ ଅସୁବିଧା ହେବା ଏବଂ ମନ ପରିବର୍ତ୍ତନ ହେବା ଭଳି ସମସ୍ୟା ଦେଖା ଦେଇଥାଏ।

ଡିମେନସିଆ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଇଏଫ୍‌ଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ପକ୍ଷରୁ ଏକ ମିଳିତ ଡିଜିଟାଲ ମିଡିଆ କ୍ୟାମ୍ପେନ କରାଯାଇଛି।

ଡିମେନସିଆ କ’ଣ, ଡିମେନସିଆ ହେବାର କାରଣ କ’ଣ, ଏହାକୁ କେମିତି ଚିହ୍ନିବେ ଓ ଡିମେନସିଆର ଚିକିତ୍ସା କିପରି କରାଯାଏ – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ଭିଡିଓ ପୋଷ୍ଟ କରାଯିବ। ‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ (ଫେସବୁକ, ଟୁଇଟର) ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।

ଅଲଜାଇମର ରୋଗରେ ପୀଡ଼ିତ ବ୍ୟକ୍ତି ଛୋଟ ଛୋଟ ଜିନିଷ ଭୁଲିଯିବା ସ୍ଵାଭାବିକ। ସେମାନଙ୍କ ମଧ୍ୟରେ ସ୍ମୃତି ଶକ୍ତି ହ୍ରାସ, ଭାବିବାରେ ଅସୁବିଧା, ସମାଧାନ ନହେବା ଏବଂ ଶବ୍ଦ ବାଛିବାରେ ଅସୁବିଧା ଭଳି ଲକ୍ଷଣ ଦେଖାଯାଇଥାଏ। ଏହି ରୋଗର କାରଣ, ଲକ୍ଷଣ ଏବଂ ଏହାର ଚିକିତ୍ସା କେମିତି କରିବେ ସେ ନେଇ ବିଶିଷ୍ଟ ମସ୍ତିଷ୍କ ରୋଗ ବିଶେଷଜ୍ଞ ଡାକ୍ତର ଆକାଶ ଗୁପ୍ତା କ’ଣ କହୁଛନ୍ତି, ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Alzheimer #WorldAlzheimerDay #AlzheimerDisease #Dementia #Treatment #OdiaHealthTips #DoctorAdvice

Comment