ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ବିଶ୍ଵ ଅଲଜାଇମର୍ସ ଡେ’। ଅଲଜାଇମର ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୨୧ ତାରିଖକୁ ଏହି ଦିବସ ପାଳନ କରାଯାଉଛି।

ଡିମେନସିଆ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଇଏଫ୍‌ଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ପକ୍ଷରୁ ଏକ ମିଳିତ ଡିଜିଟାଲ ମିଡିଆ କ୍ୟାମ୍ପେନ କରାଯାଇଛି।

ଡିମେନସିଆ କ’ଣ, ଡିମେନସିଆ ହେବାର କାରଣ କ’ଣ, ଏହାକୁ କେମିତି ଚିହ୍ନିବେ ଓ ଡିମେନସିଆର ଚିକିତ୍ସା କିପରି କରାଯାଏ – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ଭିଡିଓ ପୋଷ୍ଟ କରାଯିବ। ‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ (ଫେସବୁକ, ଟୁଇଟର)ରେ ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।

ଅଲଜାଇମର ଏକ ପ୍ରକାର ରୋଗ, ଯେଉଁଥିରେ ବ୍ୟକ୍ତିଙ୍କର ମନେ ରଖିବା ଶକ୍ତି କମିଯାଏ, ଧୀରେ ଧୀରେ ବ୍ୟକ୍ତି ନିଜର ନିତିଦିନିଆ କାର୍ଯ୍ୟ କରିବାକୁ ଭୁଲିଯାଏ ବୋଲି ଡାକ୍ତର କୁହନ୍ତି।

ତେବେ ଅଲଜାଇମର କ’ଣ, ଅଲଜାଇମର ରୋଗର ଲକ୍ଷଣ କ’ଣ, ଅଲଜାଇମର ସମସ୍ୟାକୁ କେମିତି ଚିହ୍ନିବେ ଓ ଏହାର ଚିକିତ୍ସା କେମିତି କରାଯାଏ, ସେ ସମ୍ପର୍କରେ ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ସୁଶାନ୍ତ କୁମାର ଖିଲାରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Alzheimer #WorldAlzheimerDay #AlzheimersDisease #Dementia #Treatment #OdiaHealthTips #DoctorAdvice

Comment