ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ଗୁରୁବାର ସେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହ ବୈଠକ କରିବେ। ଏଠାରେ ବିଜେପିର ସଦସ୍ୟତା ଅଭିଯାନ ବାବଦରେ ଆଲୋଚନା ହେବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ଜେ ପି ନଡ୍ଡା ଗୁରୁବାର ଦିନ ୧୧ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ବୈଠକରେ ଯୋଗଦେବେ। ଏଥିରେ ବିଜେପି ସାଂସଦ, ବିଧାୟକ ଓ ଦଳର ବରିଷ୍ଠ ନେତାମାନେ ଯୋଗ ଦେବେ।
ଏହି ବୈଠକରେ ଓଡ଼ିଶାରେ ବିଜେପିର ସଦସ୍ୟତା ଅଭିଯାନ ବିଷୟରେ କର୍ମକର୍ତ୍ତାଙ୍କ ସହ ଅଲୋଚନ କରାଯିବ। ଏହି ସମୟରେ ଦଳୀୟ କର୍ମୀଙ୍କ ସହ ଅଲୋଚନା କରିବେ ଜେ ପି ନଡ୍ଡା।
ଗୁରୁବାର ସନ୍ଧ୍ୟାରେ ଜେ ପି ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।
Tags: #JPNadda #BJPNationalPresident #OdishaVisit #Bhubaneswar


















