ଓଡ଼ିଶାଲାଇଭ୍ ବ୍ୟୁରୋ

Lokaseva Bhawan

ଓଏଏସ ସ୍ତରରେ ବୁଧବାର ଦିନ ବଡ଼ ଧରଣର ଅଦଳବଦଳ ହୋଇଛି। ଅନାମ ଚରଣ ପାତ୍ରଙ୍କୁ କଟକ ମହାନଗର ନିଗମ କମିଶନର ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଏହା ପୂର୍ବରୁ ସେ କଟକ ମହାନଗର ନିଗମର ଅତିରିକ୍ତ କମିଶନର ଥିଲେ।

କଟକ ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି କଳ୍ପତର ବେହେରା। ଏହା ପୂର୍ବରୁ ସେ ପୂର୍ବତନ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିଲେ। ସେହିପରି ପ୍ରଦୀପ କୁମାର ରାଉତଙ୍କୁ ଓକାକ ମୁଖ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ମିଳିଛି।

ସେହିପରି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ଗୌରହରୀ ବେହେରାଙ୍କୁ ନିଯୁକ୍ତି ମିଳିଛି। ଏହା ପୂର୍ବରୁ ସେ ପୂର୍ବତନ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ଥିଲେ।

ଏହା ସହ କେନ୍ଦୁଝରର ପୂର୍ବତନ ଅତିରିକ୍ତ ଡିଏମ ଯଦୁମଣି ମହାଲଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ରତ୍ନାକର ସାହୁଙ୍କୁ ବାଲେଶ୍ଵର ଜିଲ୍ଲା ଏଡିଏମ ଭାବେ ନିଯୁକ୍ତି ମିଳିଥିବାବେଳେ ଲଙ୍କେଶ୍ଵର ଅମାତଙ୍କୁ ଭଦ୍ରକ ଏଡିଏମ ଭାବେ ଦାୟିତ୍ଵ ମିଳିଛି।

ସେହିପରି ସୁନ୍ଦରଗଡ଼ ଜିଲ୍ଲା ବଣାଇ ତହସିଲଦାର ଥିବା ଅଶୋକ କୁମାର ଗଡ଼ତିଆଙ୍କୁ ଅତିରିକ୍ତ ଅବକାରୀ କମିଶନର ଭାବେ କଟକକୁ ବଦଳି କରାଯାଇଛି। ମୟୂରଭଞ୍ଜ ଏଡିଏମ ଥିବା ଉଦୟ କୁମାର ମହାପାତ୍ରଙ୍କୁ ଅନୁଗୁଳ ଏଡିଏମ ଭାବେ ନିଯୁକ୍ତି ମିଳିଛି।

Tags: #OdishaGovt #OASReshuffle #NewPosting #Transfer

LEAVE A REPLY

Please enter your comment!
Please enter your name here