ଓଡ଼ିଶାଲାଇଭ ବ୍ୟୁରୋ

ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ନିଲମ୍ବିତ ହୋଇଥିବା ଭରତପୁର ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ ଟେଷ୍ଟ ହେବ। ଏହା ସହ ତାଙ୍କର ବ୍ରେନ ମ୍ୟାପିଂ, ଲାଏ ଡିଟେକ୍ସନ ଟେଷ୍ଟ ଓ ନାର୍କୋ ଟେଷ୍ଟ ମଧ୍ୟ କରାଯିବ। ଦୀନକୃଷ୍ଣ ମିଶ୍ର ବୁଧବାର ଦିନ ଭୁବନେଶ୍ଵର ଏସଡିଜେଏମ କୋର୍ଟରେ ହାଜର ହୋଇ ସମସ୍ତ ଟେଷ୍ଟ ପାଇଁ ସହମତି ପ୍ରକାଶ କରିଛନ୍ତି।

ଦୀନକୃଷ୍ଣ ମିଶ୍ରଙ୍କ ସହମତି ପରେ ସମସ୍ତ ଟେଷ୍ଟ କରିବା ଲାଗି କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି କୋର୍ଟ। ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ ଟେଷ୍ଟ ଗୁଜରାଟରେ କରାଯିବ। ସମସ୍ତ ଟେଷ୍ଟ ପରେ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଘଟିଥିବା ଘଟଣା ସମ୍ପର୍କରେ ଅନେକ କଥା ଜଣାପଡ଼ିବ ବୋଲି ଆଶା ରଖିଛି କ୍ରାଇମବ୍ରାଞ୍ଚ।

ଏପଟେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚ ଟିମ ବୁଧବାର ଦିନ ଭରତପୁର ଥାନାରେ ପହଞ୍ଚିଥିଲା। ସେଠାରେ ମେଜର ଓ ତାଙ୍କ ବାନ୍ଧବୀ ନିଜ ପକ୍ଷ ରଖିଥିଲେ। ଏହା ପରେ ସିନ ରିକ୍ରିଏସନ କରାଇଥିଲା କ୍ରାଇମବ୍ରାଞ୍ଚ।

Tags: #ArmyOfficer #Assault #BharatpurPoliceStation #OdishaPolice

Comment