ଓଡ଼ିଶାଲାଇଭ୍ ବ୍ୟୁରୋ

ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ନିଲମ୍ବିତ ହୋଇଥିବା ଆଉ ୪ ଜଣ ପୋଲିସ କର୍ମଚାରୀଙ୍କର ପଲିଗ୍ରାଫ ଟେଷ୍ଟ ହେବ। ପଲିଗ୍ରାଫ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଭୁବନେଶ୍ଵର ଏସଡିଜେଏମ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ଏହାକୁ ମଞ୍ଜୁରୀ ଦେଇଛନ୍ତି।

ପଲିଗ୍ରାଫ ଟେଷ୍ଟ ହେବାକୁ ଥିବା ୪ ନିଲମ୍ବିତ ପୋଲିସ କର୍ମଚାରୀ ହେଉଛନ୍ତି ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ଶୈଳମୟୀ ସାହୁ, ଏଏସଆଇ ସାଗରିକା ରଥ ଓ କନଷ୍ଟେବଳ ବଳରାମ ହାଁସଦା।

ପୂର୍ବରୁ ଏହି ମାମଲାରେ ନିଲମ୍ବିତ ହୋଇଥିବା ଭରତପୁର ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ମିଳିସାରିଛି। ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ ଟେଷ୍ଟ ସହ ବ୍ରେନ ମାପିଂ, ଲାଏ ଡିଟେକ୍ସନ ଟେଷ୍ଟ ଏବଂ ନାର୍କୋ ଟେଷ୍ଟ କରାଯିବ।

ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଥାନାର ଆଇଆଇସି ଥିବା ଦୀନକୃଷ୍ଣ ମିଶ୍ରଙ୍କ ସମେତ ମୋଟ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

ଆଉ ୪ ଜଣ ନିଲମ୍ବିତ ପୋଲିସ କର୍ମଚାରୀଙ୍କର ପଲିଗ୍ରାଫ ଟେଷ୍ଟ ପାଇଁ କୋର୍ଟ ଅନୁମତି ଦେବା ପରେ ସମସ୍ତ ଅଭିଯୁକ୍ତଙ୍କର ପଲିଗ୍ରାଫ ଟେଷ୍ଟ ଗୁଜରାଟରେ କରାଇବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ।

ଟେଷ୍ଟ ପରେ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଘଟିଥିବା ଘଟଣା ସମ୍ପର୍କରେ ଅନେକ କଥା ଜଣାପଡ଼ିବ ବୋଲି ଆଶା ରଖିଛି କ୍ରାଇମବ୍ରାଞ୍ଚ।

Tags: #ArmyOfficer #Assault #BharatpurPoliceStation #OdishaPolice, #polygraphtest

LEAVE A REPLY

Please enter your comment!
Please enter your name here