ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରରେ ‘ବିଦ୍ୟାଭାରତୀ’ ଓ ‘ବହିଘର’ ପ୍ରକାଶନ ପ୍ରତିଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ହୋଇଛି ପୁସ୍ତକ ସପ୍ତାହ-୨୦୨୪। ସହରରେ ‘ବହିଘର ଲାଇବ୍ରେରୀ’ର ଶୁଭାରମ୍ଭ ଅବସରରେ ଏହି ପୁସ୍ତକ ସପ୍ତାହ ଚାଲିଛି। ଗୁରୁବାର ତୃତୀୟ ଦିବସରେ ‘ମୁଁ କାହିଁକି ଲେଖେ’, ‘ମୋର ପ୍ରିୟ ଲେଖକ ଓ ପ୍ରିୟ ପୁସ୍ତକ’ ଶୀର୍ଷକରେ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏହି ଆଲୋଚନାଚକ୍ର ଓ କବିତାପାଠ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ବ୍ରଜେନ୍ଦ୍ର ଗିରି ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଏଠାରେ ଫକୀରମୋହନ ବିଶ୍ଵବିଦ୍ୟାଳୟର ଭାଷା ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ଦେବାଶିଷ ପାତ୍ର ମୁଖ୍ୟ ବକ୍ତା ଭାବେ ଏବଂ ସୋର କଲେଜର ଓଡ଼ିଆ ବିଭାଗ ଅଧ୍ୟାପକ ଡକ୍ଟର ଅମ୍ବରୀଶ ଦିଣ୍ଡା ଆଲୋଚକ ଭାବେ ଯୋଗ ଦେଇଥିଲେ।

ଏଠାରେ ଅନେକ କବିତା ପାଠ କରାଯିବା ସହ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଷୟକୁ ନେଇ ଆଲୋଚନା କରାଯାଇଛି।

ଏହି କାର୍ଯ୍ୟକ୍ରମରେ ‘ବହିଘର’ ପ୍ରକାଶନର ନିର୍ଦ୍ଦେଶିକା ମଞ୍ଜୁଲତା ବଳ, ସାହିତ୍ୟିକ କାଳିକିଙ୍କର ଦାସ, ଶିଳ୍ପୋଦ୍ୟୋଗୀ ତଥା ଗାଳ୍ପିକ ଶୋଭେନ୍ଦ୍ର ଦାଶ, କବି ଉତ୍ପଳ ମହାନ୍ତି, କବି ଆଲୋକ ମହାନ୍ତି ଓ କବି ଦେବାଶିଷ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

Tags: #PustakSaptaha2024 #BidyaBharatiPublication #Bahighar #Baleswar

LEAVE A REPLY

Please enter your comment!
Please enter your name here