ଓଡ଼ିଶାଲାଇଭ୍ ବ୍ୟୁରୋ

ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ନିଲମ୍ବିତ ହୋଇଥିବା ଆଉ ୪ ଜଣ ପୋଲିସ ଅଧିକାରୀଙ୍କର ପଲିଗ୍ରାଫ ଟେଷ୍ଟ ହେବ। ଏଥିପାଇଁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି ଭୁବନେଶ୍ଵର ଏସଡିଜେଏମ କୋର୍ଟ। ଆସନ୍ତାକାଲି, ରବିବାର ଦିନ ୪ ଅଭିଯୁକ୍ତଙ୍କୁ ପଲିଗ୍ରାଫ ଟେଷ୍ଟ ପାଇଁ ଗୁଜରାଟ ନେବ କ୍ରାଇମବ୍ରାଞ୍ଚ।

ପ୍ରଥମେ ନିଲମ୍ବିତ ହୋଇଥିବା ଭରତପୁର ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ସେପ୍ଟେମ୍ବର ୨୫ ତାରିଖରେ ଅନୁମତି ଦେଇଥିଲେ କୋର୍ଟ। ପରେ ଏହି ମାମଲାରେ ନିଲମ୍ବିତ ହୋଇଥିବା ଅନ୍ୟ ୪ ଅଭିଯୁକ୍ତଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ମଞ୍ଜୁରୀ ମିଳିଛି। ଏମାନେ ହେଲେ ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ଶୈଳମୟୀ ସାହୁ, ଏଏସଆଇ ସାଗରିକା ରଥ। କିନ୍ତୁ କନଷ୍ଟେବଳ ବଳରାମ ହାଁସଦାଙ୍କର ପଲିଗ୍ରାଫ ଟେଷ୍ଟ କରାଯିବ ନାହିଁ।

ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ ସହ ବ୍ରେନ ମ୍ୟାପିଂ ଓ ନାର୍କୋ ଟେଷ୍ଟ କରାଯିବ। ଟେଷ୍ଟ ରିପୋର୍ଟ ଆସିବା ପରେ ପୋଲିସ କେତେ ସତ କହୁଛି ତାହା ଜଣାପଡ଼ିବ।

ଅଭିଯୁକ୍ତମାନଙ୍କର ପଲିଗ୍ରାଫ ଟେଷ୍ଟ, ଲାଇ ଡିଟେକ୍ସନ ଟେଷ୍ଟ, ନାର୍କୋ ଆନାଲିସିସ ପରିବା ପରେ ଅଭିଯୋଗକାରୀଙ୍କ ଏହି ସମସ୍ତ ଟେଷ୍ଟ କରିବା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିବାର ସମ୍ଭାବନା ରହିଛି।

Tags: #ArmyOfficer #Assault #BharatpurPoliceStation #OdishaPolice #polygraphtest

LEAVE A REPLY

Please enter your comment!
Please enter your name here