ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ଓ୍ଵାର୍ଲ୍ଡ ହାର୍ଟ ଡେ’ ବା ବିଶ୍ଵ ହୃଦୟ ଦିବସ-୨୦୨୪। ହୃଦୟ ପାଇଁ ଗୋଟିଏ ଦିନ। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’।

ସୁସ୍ଥ ହୃଦୟ ପାଇଁ ଆମର ଖାଦ୍ୟଶୈଳୀ ଓ ଜୀବନଶୈଳୀର ମୁଖ୍ୟ ଭୂମିକା ରହୁଛି। ଜଣେ ବ୍ୟକ୍ତି ନିଜ ହାର୍ଟକୁ ସୁସ୍ଥ ରଖିବା ପାଇଁ ତଥା ହାର୍ଟ ଜନିତ ସମସ୍ୟା ଯେପରିକି ହାର୍ଟ ଆଟାକ୍‌, ସିଏଡି ଓ ଅନ୍ୟାନ୍ୟ ସମସ୍ୟାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ କେଉଁ ଭଳି ଖାଦ୍ୟ ଖାଇବା ଆବଶ୍ୟକ।

ହୃଦୟକୁ ସୁସ୍ଥ ରଖିବା ପାଇଁ କ’ଣ ଖାଇବା ଆବଶ୍ୟକ,ଏନେଇ ବିଶିଷ୍ଟ ହୃଦ୍‌ରୋଗ ଡାକ୍ତର ସୁଭାଶିଷ ମିଶ୍ରଙ୍କ କ’ଣ କହୁଛନ୍ତି ଆସନ୍ତୁ ଜାଣିବା?

ହାର୍ଟ ଆଟାକ୍ କାହିଁକି ହୁଏ, ହାର୍ଟ ଆଟାକ୍କୁ ଚିହ୍ନିବେ କିପରି ଏବଂ କାହାକୁ ହାର୍ଟ ଆଟାକ୍ ହେବାର ଆଶଙ୍କା ଅଧିକ ରହିଛି – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ଭିଡିଓ ପୋଷ୍ଟ କରାଯିବ। ‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ (ଫେସବୁକ, ଟୁଇଟର)ରେ ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।

Tags: #WorldHeartDay #HeartDisease #HeartBlockage #Treatment #Awarenes #UseHeartforAction

Comment