ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ଓ୍ଵାର୍ଲ୍ଡ ହାର୍ଟ ଡେ’ ବା ବିଶ୍ଵ ହୃଦୟ ଦିବସ-୨୦୨୪। ହୃଦୟ ପାଇଁ ଗୋଟିଏ ଦିନ। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’।

ସମୟ ପରିବର୍ତ୍ତନ ହେବା ସହ ଲୋକଙ୍କ ଖାଦ୍ୟପେୟ ଏବଂ ଜୀବନଶୈଳୀ ଉପରେ ବେଶ୍ ପ୍ରଭାବ ପଡ଼ିଛି। ଖାଦ୍ୟପେୟ ଅନିୟମିତତା ହେଉବା କୌଣସି ଶରୀରିକ ପରିଶ୍ରମର ଅଭାବ, ବର୍ତ୍ତମାନ ହୃଦରୋଗ ଏକ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି। ସଚେତନତା ଅଭାବରୁ ଅନେକ ଲୋକ ହୃଦଘାତର ଶିକାର ହେବା ସହ ପ୍ରାଣ ମଧ୍ୟ ହରାଉଛନ୍ତି। ଏପରିକି ଆଜିକାଲି ଯୁବପିଢ଼ିଙ୍କଠାରେ ଏହି ସମସ୍ୟା ଦେଖାଦେଇଛି। 

ହାର୍ଟର ଧମନୀ ଧୀରେ ଧୀରେ ସରୁ ହୋଇଗଲେ ହାର୍ଟକୁ ରକ୍ତ ପ୍ରବାହରେ ବାଧା ସୃଷ୍ଟି ହୁଏ ଓ ଏହା ହାର୍ଟ ଆଟାକ୍‌ର କାରଣ ପାଲଟିଥାଏ। ଆସନ୍ତୁ ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ଦେବାଶିଷ ନାୟକଙ୍କଠାରୁ ହାର୍ଟ ବ୍ଲକେଜ୍‌ର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣିବା। ଦେଖନ୍ତୁ ଭିଡିଓ।

ହାର୍ଟ ଆଟାକ୍ କାହିଁକି ହୁଏ, ହାର୍ଟ ଆଟାକ୍କୁ ଚିହ୍ନିବେ କିପରି ଏବଂ କାହାକୁ ହାର୍ଟ ଆଟାକ୍ ହେବାର ଆଶଙ୍କା ଅଧିକ ରହିଛି – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ଭିଡିଓ ପୋଷ୍ଟ କରାଯିବ। ‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ (ଫେସବୁକ, ଟୁଇଟର)ରେ ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।

Tags: #WorldHeartDay #HeartDisease #HeartBlockage #UseHeartforAction#Treatment #Awareness

Comment