ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ଓ୍ଵାର୍ଲ୍ଡ ହାର୍ଟ ଡେ’ ବା ବିଶ୍ଵ ହୃଦୟ ଦିବସ -୨୦୨୪। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’।

ହଠାତ ହୃଦ୍‌ଘାତ ହେବାକୁ ସଡନ କାର୍ଡିଆକ୍‌ ଆରେଷ୍ଟ କୁହାଯାଏ। ଅନିୟମିତ ହୃଦ୍‌ସ୍ପନ୍ଦନ କାରଣରୁ ହୃଦୟର ସମସ୍ତ କାର୍ଯ୍ୟକଳାପ ବ୍ୟାଘାତ ହୁଏ। ବ୍ୟକ୍ତିଙ୍କର ନିଶ୍ଵାସ ପ୍ରଶ୍ୱାସ ବନ୍ଦ ହୋଇଯାଏ ଏବଂ ବ୍ୟକ୍ତି ହଠାତ୍‌ ଅଚେତ ହୋଇପଡ଼ନ୍ତି। ବ୍ୟକ୍ତି ଜଣକୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବାର ଆବଶ୍ୟକତା ପଡ଼ିଥାଏ।

ତେବେ ସଡନ କାର୍ଡିଆକ୍‌ ଆରେଷ୍ଟ କାହିଁକି ହୁଏ, ସଡନ କାର୍ଡିଆକ୍ ଆରେଷ୍ଟ ହେଲେ କ’ଣ କରିବେ, ସେ ସମ୍ପର୍କରେ ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ମହେଶ ଅଗ୍ରଓ୍ୱାଲଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

ହାର୍ଟ ଆଟାକ୍ କାହିଁକି ହୁଏ, ହାର୍ଟ ଆଟାକ୍‌କୁ ଚିହ୍ନିବେ କିପରି ଏବଂ କାହାକୁ ହାର୍ଟ ଆଟାକ୍‌ ହେବାର ଆଶଙ୍କା ଅଧିକ ରହିଛି – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ଭିଡିଓ ପୋଷ୍ଟ କରାଯିବ। ‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ (ଫେସବୁକ, ଟୁଇଟର)ରେ ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।

Tags: Tags: #WorldHeartDay2024 #HeartDisease #HeartBlockage #UseHeartforAction #Awareness #HeartAttack #HeartCare #Causes #Treatment #OdiaHealthTips #DoctorAdvice

Comment