ଓଡ଼ିଶାଲାଇଭ୍ ବ୍ୟୁରୋ

ଭରତପୁର ଥାନା ମାମଲାର ସତ ଜଣାପଡ଼ିବ। ସୋମବାରଠାରୁ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଏନେଇ ଭୁବନେଶ୍ଵରସ୍ଥିତ ସର୍କିଟ ହାଉସଠାରେ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ବସିଛି। ଏହି ବୈଠକରେ ପୋଲିସ ଡିଜି ଏବଂ ଗୃହ ବିଭାଗ ସଚିବ ପ୍ରମୁଖ ଯୋଗ ଦେଇଛନ୍ତି।
ଭରତପୁର ଥାନାରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଏହି ମାମଲାରେ ନିଲମ୍ବିତ ହୋଇଥିବା ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସଆଇ ବୈଶାଳିନୀ ପଣ୍ଡା, ଏସଆଇ ଶୈଳମୟୀ ସାହୁ ଏବଂ ଏଏସଆଇ ସାଗରିକା ରଥଙ୍କର ପଲିଗ୍ରାଫ ଟେଷ୍ଟ ହେବ।
ଚାରି ଅଭିଯୁକ୍ତଙ୍କୁ ପଲିଗ୍ରାଫ ଟେଷ୍ଟ ପାଇଁ ରବିବାର ଦିନ ଗୁଜରାଟ ନେଇଥିବାବେଳେ ସୋମବାର ଦିନ ସେମାନଙ୍କର ପଲିଗ୍ରାଫ ଟେଷ୍ଟ କରାଯିବ। ପଲିଗ୍ରାଫ ରିପୋର୍ଟ ଆସିବା ପରେ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଘଟିଥିବା ଘଟଣା ସମ୍ପର୍କରେ ଅନେକ କଥା ଜଣାପଡ଼ିବ ବୋଲି ଆଶା ରଖିଛି କ୍ରାଇମବ୍ରାଞ୍ଚ।
Tags: #ArmyOfficer #Assault #PolygraphTest #BharatpurPoliceStation #OdishaPolice #JudicialInvestigation