ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ମୈତ୍ରୀ ବିହାର ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ମୈତ୍ରୀ ବିହାରର ଏକ ଫ୍ଲାଟରେ ଦୁର୍ବୃତ୍ତମାନେ ଲୁଟ୍ କରିବା ସହ ଘର ଭିତରେ ଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ତଦନ୍ତ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା। ଏ ନେଇ ପୀଡ଼ିତା ଜଣଙ୍କ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସର ସ୍ପେଶାଲ ସ୍କ୍ୱାଡ୍ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍ ଚାଲିଥିଲା।

ପୋଲିସ ନିକଟରୁ ମିଳିଥିଲା ସୂଚନା ଅନୁସାରେ ପୀଡ଼ିତା ଜଣଙ୍କ ମୈତ୍ରୀ ବିହାରର ଏକ ହସ୍ପିଟାଲରେ କାର୍ଯ୍ୟ କରନ୍ତି। ରବିବାର ସେ ନିଜର ୨ ବର୍ଷର ଝିଅ ସହ ଫ୍ଲାଟରେ ଥିଲେ। ସେଦିନ ରାତିରେ ଦୁଇ ଜଣ ଦୁର୍ବୃତ୍ତ ବାଲକୋନି ଦେଇ ଫ୍ଲାଟ୍ ଭିତରକୁ ପଶିଥିଲେ। ସେମାନେ ଝିଅକୁ ମାରିଦେବାକୁ ଭୟ ଦେଖାଇ ମହିଳା ଜଣଙ୍କୁ ଦୁଷ୍କର୍ମ କରିଥିଲେ।

ଦୁର୍ବୃତ୍ତମାନେ ପୀଡ଼ିତାଙ୍କ କିଛି ସୁନା ଗହଣା, ମୋବାଇଲ ଏବଂ ଘରର କିଛି ମୂଲ୍ୟବାନ ଜିନିଷ ଲୁଟ୍ କରି ଚମ୍ପଟ ମାରିଥିଲେ। ଏହାପରେ ସୋମବାର ସକାଳେ ପୀଡ଼ିତାଜଣଙ୍କ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିଥିଲେ।

Tags: #Loot #Rape #Crime #Bhubaneswar

LEAVE A REPLY

Please enter your comment!
Please enter your name here