ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପିନାକ ମିଶ୍ର। ସେ ସହରର ପୂର୍ବତନ ଡିସିପି ପ୍ରତୀକ ସିଂହଙ୍କ ସ୍ଥାନ ନେଇଛନ୍ତି। ଗୁରୁବାର ଦାୟିତ୍ୱ ଗ୍ରହଣ ଅବସରରେ ପିନାକ ମିଶ୍ରଙ୍କୁ କମିଶନରେଟ୍ ପୋଲିସ ପକ୍ଷରୁ ସ୍ଵାଗତ କରାଯାଇଛି।
କିଛି ଦିନ ତଳେ ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ କରିଥିଲେ। ଏଥିରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କୁ ମଧ୍ୟ ବଦଳି କରାଯାଇଥିଲା। ତାଙ୍କୁ କଟକ ଗ୍ରାମାଞ୍ଚଳର ଏସ୍ପି ଭାବେ ଦାୟିତ୍ୱ ଦିଆଯାଇଥିଲା। ଏହାସହ ପ୍ରତୀକ ସିଂହଙ୍କ ସ୍ଥାନରେ ପୁରୀ ଏସ୍ପି ଥିବା ପିନାକ ମିଶ୍ରଙ୍କୁ ବଦଳି କରାଯାଇଥିଲା।
ପିନାକ ମିଶ୍ର ୨୦୧୧ ବ୍ୟାଚର ଆଇପିଏସ୍ ଅଧିକାରୀ। ସେ ପୁରୀ ଏସ୍ପି ଭାବେ କାର୍ଯ୍ୟ କରିବା ପୂର୍ବରୁ ଅନେକ ସମୟ ଧରି କଟକର ଡିସିପି ମଧ୍ୟ ରହିଥିଲେ। ୨୦୨୨ ମସିହାରେ ସେ ପୁରୀ ଏସ୍ପି ଭାବେ ବଦଳି ହୋଇଥିଲେ। ଏଠାରେ ସେ ସାଧାରଣ ନିର୍ବାଚନ ଓ ରଥଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳାର ରକ୍ଷା ପାଇଁ ବଡ଼ ଭୂମିକା ଗ୍ରହଣ କରିଥିଲେ।
Tags: #PinakMishra #BhubaneswarDCP #CommissioneratePolice #Bhubaneswar