ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ବିମାନବନ୍ଦରରେ ନିର୍ମାଣ ହେବ ନୂଆ ଟର୍ମିନାଲ ବିଲ୍ଡିଂ। ବିମାନ ବନ୍ଦରରୁ ଆଗକୁ ଅଧିକ ସଂଖ୍ୟାରେ ବିମାନ ଚଳାଚଳ କରିବା ନେଇ ବ୍ୟବସ୍ଥା କରାଯିବ। ଶୁକ୍ରବାର ଭୁବନେଶ୍ଵର ବିମାନ ବନ୍ଦର ପରିଦର୍ଶନ କରି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ।

“ଭୁବନେଶ୍ୱର ବିମାନବନ୍ଦରର ପୁରୁଣା ଟର୍ମିନାଲ ନିକଟରେ ନୂଆ ନୂଆ ଟର୍ମିନାଲ ନିର୍ମାଣ କରାଯିବ। ୨ ବର୍ଷରେ ଏହାର ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏବେ ବିମାନବନ୍ଦରରେ ଯାତ୍ରୀଙ୍କ କ୍ଷମତା ବାର୍ଷିକ ୪୦ ଲକ୍ଷ ଥିବାବେଳେ ଏହାକୁ ଆଗକୁ ୮୦ ଲକ୍ଷରେ ପହଞ୍ଚିବ। ଏହାସହ ବିମାନବନ୍ଦରର ରନୱେରେ କ୍ୟାଟ୍‌ ୨ ଲାଇଟ୍ ଲଗାଯିବ। ଏହାଦ୍ଵାରା ବିମାନ ପରିଚାଳନା ଆହୁରି ସରଳ ହେବ”, କହିଛନ୍ତି କେ. ରାମମୋହନ ନାଇଡୁ।

ସେ ଆହୁରି ମଧ୍ୟ କହିଛନ୍ତି, “ଭୁବନେଶ୍ୱର ବିମାନବନ୍ଦରରୁ ଏବେ ଦେଶର ୨୦ ସହରକୁ ବିମାନ ଚଳାଚଳ କରୁଛି। ଆଗକୁ ଆଗକୁ ଜମ୍ମୁ କଶ୍ମୀର, ଗୁଜରାଟ ତଥା ଆନ୍ଧ୍ର ପ୍ରଦେଶର ବିଭିନ୍ନ ସହରକୁ ଏଠାରୁ ବିମାନ ଚଳାଚଳ କରିବାକୁ ଆମେ ଯୋଜନା ରଖିଛୁ।  

ଓଡ଼ିଶାରେ ଏବେ ବିମାନଯାତ୍ରୀଙ୍କ ସଂଖ୍ୟା ବଢୁଥିବାରୁ ବିମାନବନ୍ଦରକୁ ନୂଆ ସ୍ପର୍ଶ ଦିଆଯାଉଥିବା କେନ୍ଦ୍ରମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

Tags: #BIjuPatnaikAirport #AirConnectivity #Bhubaneswar #Odisha

LEAVE A REPLY

Please enter your comment!
Please enter your name here