ଓଡ଼ିଶାଲାଇଭ ବ୍ୟୁରୋ
ହବିଷ୍ୟାଳିଙ୍କ ପାଇଁ ଖୁସି ଖବର। ହବିଷ୍ୟାଳି ଯୋଜନାରେ ଅକ୍ଟୋବର ୬ ତାରିଖରୁ ଆରମ୍ଭ ହେବ ଅନଲାଇନ୍ ଆବେଦନ ପ୍ରକ୍ରିୟା। ଏ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ।
ଏହି ଆବେଦନ ପ୍ରକ୍ରିୟା ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। edistrict.odisha.gov.in ଓ୍ଵେବସାଇଟରେ ଆବେଦନ କରିପାରିବେ ହବିଷ୍ୟାଳିମାନେ। ଶ୍ରୀକ୍ଷେତ୍ର ପୁରୀର ୪ଟି ସ୍ଥାନରେ ୨୫ ଶହ ହବିଷ୍ୟାଳିଙ୍କ ରହଣି ପାଇଁ ବ୍ୟବସ୍ଥା କରାଯିବ। ହବିଷ୍ୟାଳିଙ୍କ ସୁବିଧା ପାଇଁ ସବୁ ପ୍ରକାର ବ୍ୟବସ୍ଥା ରହିବ।
ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଅନଲାଇନ ଆବେଦନ କରିଥିବା ହବିଷ୍ୟାଳିମାନଙ୍କ ପାଖକୁ ଏକ ସୂଚନା ଯିବ। ହବିଷ୍ୟାଳିମାନେ ଶିବିରକୁ ଆସିବା ପରେ ପ୍ରଥମେ ସେମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ।
ଆଶ୍ଵିନ ମାସ ଶୁକ୍ଳ ପକ୍ଷ ଏକାଦଶ ତିଥିରୁ ପୁରୀ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥାଏ କାର୍ତ୍ତିକ ବ୍ରତ। ବ୍ରତ ପାଳନ ସହ ବଡ଼ ଠାକୁରଙ୍କ ଦର୍ଶନ ପାଇଁ ପୁରୀରେ ପହଞ୍ଚନ୍ତି ହଜାର ହଜାର ହବିଷ୍ୟାଳି। ଏହି ସମୟରେ ଅନେକ ହବିଷ୍ୟାଳି ନାନା ଅସୁବିଧାର ସମ୍ମୁଖିନ ମଧ୍ୟ ହୋଇଥାନ୍ତି। ହବିଷ୍ୟାଳିଙ୍କ ସୁବିଧା ପାଇଁ ବିଜେଡି ସରକାର ‘ହବିଷ୍ୟାଳି ଯୋଜନା’ ର ଶୁଭାରମ୍ଭ କରିଥିଲେ।
Tags: #Puri #ShreeMandir #Habisyaliyojana #OnlineRegistration #Habisyali