ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ଆଉ ୫ ଭାଷାକୁ ମିଳିଛି ଶାସ୍ତ୍ରୀୟ ମାନ୍ୟତା। ମରାଠି, ବଙ୍ଗାଳୀ, ପାଲି, ପ୍ରାକୃତ ଓ ଅହମିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରାଯାଇଛି। ଏନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

ପୂର୍ବରୁ ୬ଟି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା। ସେଗୁଡ଼ିକ ମଧ୍ୟରେ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ, ମାଲାୟାଲମ୍ ଏବଂ ଓଡ଼ିଆ ସାମିଲ ଥିଲା। ଏବେ ଆଉ ୫ଟି ଭାଷାକୁ ମିଶାଇ ଦେଶରେ ମୋଟ ୧୧ଟି ଭାଷା ଶାସ୍ତ୍ରୀୟ ମାନ୍ୟତା ହାସଲ କରିଛନ୍ତି।

କେନ୍ଦ୍ର ସରକାର ୨୦୧୪ ମସିହା ଫେବ୍ରୁଆରି ୨୦ ତାରିଖରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଥିଲେ। ସେହି ବର୍ଷ ମାର୍ଚ୍ଚ ୧୧ ତାରିଖ ଦିନ ଏନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ଉପଲବ୍ଧିକୁ ମନେ ରଖିବା ପାଇଁ ୨୦୧୫ ମସିହାରୁ ପ୍ରତିବର୍ଷ ମାର୍ଚ୍ଚ ୧୧ ତାରିଖକୁ ଓଡ଼ିଆ ଭାଷା ଦିବସ ଭାବେ ପାଳନ କରାଯାଉଛି।

Tags: #Classicallanguage #Language #Culture #India

LEAVE A REPLY

Please enter your comment!
Please enter your name here