ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ତୃତୀୟ ସ୍ୱରୂପ ହେଉଛି ଚନ୍ଦ୍ରଘଣ୍ଟା। ଆଜି ନବରାତ୍ରିର ତୃତୀୟ ଦିନରେ ଏହି ସ୍ୱରୂପରେ ମା’ ପୂଜା ପାଉଛନ୍ତି। ଅସୁରଙ୍କ ବିନାଶ ପାଇଁ ମା’ ଏହି ଅବତାର ଧାରଣ କରିଥିବା ବିଶ୍ୱାସ ରହିଛି। କୁହାଯାଏ ଏହି ସ୍ୱରୂପରେ ମା’ ଅସୁରଙ୍କ ସହ ଯୁଦ୍ଧ କରି ଦେବତାଙ୍କୁ ତାଙ୍କୁ ଅଧିକାର ଦେଇଥିଲେ। ଏହି ରୂପ ମା’ଙ୍କର ଶକ୍ତି ରୂପ ଅଟେ।

ଏହି ଅବତାରରେ ମା’ଙ୍କ ମଥାରେ ଘଣ୍ଟା ଆକୃତିର ଏକ ଚନ୍ଦ୍ର ଶୋଭାପାଏ। ଏହି ଅବତାରରେ ମା’ଙ୍କୁ ଆରାଧନା କଲେ ଶାନ୍ତି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଆଜିର ଦିନରେ ଅପରାଜିତା ଫୁଲ ଦେଇ ଦେବୀ ଚନ୍ଦ୍ରଘଣ୍ଟାଙ୍କ ପୂଜା କରିବା ଦ୍ଵାରା ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ ବୋଲି ବିଶ୍ଵାସ ରହିଛି। ଏହା ସହ ଦୁର୍ଗା ଚାଳିଶା ପାଠ କରି ମା’ଙ୍କର ଆଳତୀ କଲେ ଅପାର କୃପା ମିଳିଥାଏ।

ପୌରାଣିକ କଥା ଅନୁଯାୟୀ, ଅସୁରମାନଙ୍କ ଦୌରାତ୍ମ ବଢ଼ି ଚାଲିଥିବାବେଳେ ସେମାନଙ୍କ ବଧ କରିବା ପାଇଁ ମାଆ ଚନ୍ଦ୍ରଘଣ୍ଟାଙ୍କ ଜନ୍ମ ହୋଇଥିଲା। ଭଗବାନ ଶିବ ତ୍ରିଶୁଳ, ବିଷ୍ଣୁ ନିଜ ଚକ୍ର ମା’ଙ୍କୁ ପ୍ରଦାନ କରିଥିଲେ। ଅନ୍ୟ ଦେବତା ମଧ୍ୟ ମାଆଙ୍କ ହାତରେ ଅସ୍ତ୍ରଶସ୍ତ୍ର ଦେଇଥିଲେ। ଦେବରାଜ ଇନ୍ଦ୍ର ଦେବୀଙ୍କୁ ଏକ ଘଣ୍ଟା ଦେଇଥିଲେ। ସେହିପରି ସୂର୍ଯ୍ୟ ମା’ଙ୍କ ହାତରେ ଖଣ୍ତା ଓ ଯାତ୍ରା ପାଇଁ ବ୍ୟାଘ୍ର ବାହନ ପ୍ରଦାନ କରିଥିଲେ।

Tags: #Navaratri #MaaChandraghanta #GoddessofPower #Culture #India

LEAVE A REPLY

Please enter your comment!
Please enter your name here