ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଦକ୍ଷିଣ ଆଫ୍ରିକାର ସନ୍ ସିଟିରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ପାୱାର ଲିଫ୍ଟିଂ ଚାମ୍ପିୟନସିପରେ ସଫଳତା ହାସଲ କରିଛନ୍ତି କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ର ରୋହିତ ପାତ୍ର। ରୋହିତ ୧୨୦ + କିଲୋଗ୍ରାମ ବର୍ଗରେ ଡେଡ ଲଫ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ ବୈବ ମାଷ୍ଟର୍ସ ବେଞ୍ଚ ପ୍ରେସ ଚାମ୍ପିୟନସିପ ୭୪ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି।

୨୦୨୪ ଅକ୍ଟୋବର ୪ରୁ ୧୩ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର ସନ୍ ସିଟିରେ ଚାଲିଥିବା ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନସିପରେ ଇଂଲଣ୍ଡର ୱିଲ ଆଣ୍ଡର୍ସ ଏବଂ ଉତ୍ତର ଆୟରଲ୍ୟାର ଜ୍ୟାକ ଗ୍ରାହାମଙ୍କ ଭଳି ଶୀର୍ଷ ଆଥଲେଟଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରି ରୋହିତ ଏହି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।

ରୋହିତଙ୍କ ସଫଳତା କେବଳ କୋରାପୁଟକୁ ନୁହେଁ, ସମଗ୍ର ଦେଶକୁ ଗର୍ବିତ କରିଛି ବୋଲି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କହିଛନ୍ତି।

ରୋହିତ ପାତ୍ର କୋରାପୁଟ ଜିଲ୍ଲାର ବାସିନ୍ଦା। ସେ କୋରାପୁଟ ମ୍ୟୁନିସିପାଲିଟି ଜିମରେ ପାୱାରଲିଫ୍ଟିଂ ଅଭ୍ୟାସ କରନ୍ତି। ରୋହିତ ଜାତୀୟ ସ୍ତରର ଏକାଧିକ ପାୱାରଲିଫ୍ଟିଂ ପ୍ରତିଯୋଗିତାରେ ନିଜ ପ୍ରତିଭା ଦେଖାଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସେ ଚଳିତ ବର୍ଷ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଅନୁଷ୍ଠିତ ଜାତୀୟ ସବ ଜୁନିୟର ପାୱାରଲିଫ୍ଟିଂ ପ୍ରତିଯୋଗିତାରେ ୩ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ।

Tags: #RohitPatra #CommonwealthPowerliftingChampionship #Powerlifting #Koraput #India #GoldMedal #SilverMedal #Winner

Rohit Patra, Commonwealth Power lifting Championship, Power lifting, Koraput, India, Gold Medal, Silver Medal, Winner

LEAVE A REPLY

Please enter your comment!
Please enter your name here