ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ପବିତ୍ର ନବରାତ୍ରିର ସପ୍ତମ ଦିନ। ଆଜିର ଦିନରେ ଦେବୀ କାଳରାତ୍ରିଙ୍କ ରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା। ମା’ଙ୍କ ଏହି ସ୍ୱରୂପକୁ ଦର୍ଶନ କରିବା ଲାଗି ବିଭିନ୍ନ ଶକ୍ତିପୀଠ ଓ ଦେବୀ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି।

ଏହି ଅବତାରରେ ମା’ ତ୍ରିନେତ୍ର ଧାରିଣୀ, ଶରୀରର ବର୍ଣ୍ଣ ଅନ୍ଧକାର ଭଳି ଗାଢ଼ କଳା ହାତରେ ଲୌହ ଖଡ୍ଗ ଧାରଣ କରିଥାନ୍ତି। ମା’ଙ୍କ ବେକରେ ଏକ ଅଦ୍ଭୁତ ଜପାମାଳି ଶୋଭା ପାଇଥାଏ। ଏହି ରୂପରେ ଗଧ ମା’ଙ୍କ ବାହନ ହୋଇଥାଏ।

ସପ୍ତମୀ ତିଥିରେ ମା’ଙ୍କୁ ବିଧିବିଧାନ ଓ ଭକ୍ତି ଭାବରେ ପୂଜା କଲେ ମା’ ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତଙ୍କୁ ଆର୍ଶୀବାଦ ଦେଇଥାନ୍ତି ବୋଲି ବିଶ୍ଵାସ ରହିଛି। 

Tags: #Navaratri #MaaKalratri #GoddessofPower #Culture #India

LEAVE A REPLY

Please enter your comment!
Please enter your name here