ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁର୍ଗାପୂଜା ପାଇଁ ଉତ୍ସବମୁଖର କଟକ ସହର। କଟକରେ ଜମୁଛି ପୂଜାର ମାହୋଲ। ସୁନା ଚାନ୍ଦି ଭିତରେ ଆକର୍ଷଣ ପାଲଟିଛି ପିତ୍ତଳ ମେଢ଼।

କଟକ ୪୨ ମୌଜା ଦୁର୍ଗାପୂଜା କମିଟି ପକ୍ଷରୁ ଚଳିତବର୍ଷ ପ୍ରଥମ ଥର ପାଇଁ କରାଯାଇଛି ଏହି ପିତ୍ତଳ ମେଢ଼। ୪ କୁଇଣ୍ଟାଲ ପିତ୍ତଳରେ ତିଆରି ହୋଇଥିବା ଏହି ମେଢ଼ ସବୁଠି ଚର୍ଚ୍ଚାରେ ରହିଛି। ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି।

ପୂଜା ମଣ୍ଡପ ନିକଟରେ ମୀନା ବଜାର ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସୁରକ୍ଷିତ ଏବଂ ଶୃଙ୍ଖଳିତ ଦର୍ଶନ ଲାଗି ବ୍ୟବସ୍ଥା କରାଯାଇଛି।

Tags: #DurgaPuja #Dasshera #DurgaPuja2024 #Odisha #42Mouza #BrassMedha #DurgaPujaPandal #Cuttack

Comment