ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି କାର୍ତ୍ତିକ ନୀତି। ଏହି ଅବସରରେ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଆଶ୍ୱୀନ ମାସ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ।

ପବିତ୍ର କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। କାର୍ତ୍ତିକ ବ୍ରତଧାରୀମାନେ ବ୍ରତ ପାଳନ କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରିବେ। ପଞ୍ଚକରେ ମହାପ୍ରଭୁଙ୍କର ୫ଟି ସ୍ୱତନ୍ତ୍ର ବେଶ ମଧ୍ୟ ଅନୁଷ୍ଠିତ ହେବ।

ଶ୍ରୀମନ୍ଦିରରେ ସୋମବାରଠାରୁ ବାଳଭୋଗର ମଧ୍ୟ ଲାଗି ହେବ। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।

ଏହି ମାସରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବେ। ଏହାକୁ ଦୃଷ୍ଟିରେ ରଖି କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟକୁ ଶୃଙ୍ଖଳିତ କରାଯିବା ସହ ମହାପ୍ରସାଦ ପ୍ରସ୍ତୁତିକୁ ମଧ୍ୟ ବ୍ୟବସ୍ଥିତ କରିବାକୁ ନିଷ୍ପତ୍ତି ହୋଇଛି।

Tags: #KartikaNiti #KartikaBrata #SriMandir #Puri

LEAVE A REPLY

Please enter your comment!
Please enter your name here