ଓଡ଼ିଶାଲାଇଭ୍ ବ୍ୟୁରୋ
୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇଥିଲା। ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାପରେ ଏହାର ନୂଆ ରାଜଧାନୀକୁ ନେଇ ଜୋର ସୋରରେ ଚର୍ଚ୍ଚା ଚାଲିଥିଲା। ଦୀର୍ଘଦିନର ପ୍ରଶାସନିକ କସରତ ପରେ ଭୁବନେଶ୍ୱର ଓଡ଼ିଶାର ନୂଆ ରାଜଧାନୀ ହୋଇଥିଲା।
ତେବେ ଭୁବନେଶ୍ୱର ପ୍ରଥମ ତିନି ଦଶକରେ ଗୋଟିଏ ସୁପ୍ତ ସହର ଭଳି ଥିଲା। ପରବର୍ତ୍ତୀ ସମୟରେ ସହରର କଳେବର ବଢ଼ିବା ସହ ଲୋକସଂଖ୍ୟା ମଧ୍ୟ ବୃଦ୍ଧି ପାଇଲା।
ଯେଉଁ ସହରର ପ୍ଲାନିଂ ୨୦ ହଜାର ଲୋକଙ୍କ ପାଇଁ ପରିକଳ୍ପନା କରାଯାଇଥିଲା ସେଠାରେ ଲୋକସଂଖ୍ୟା ଏବେ ୨୦ ଲକ୍ଷରେ ପହଞ୍ଚିଛି। ସେ ସମୟର ଭୁବନେଶ୍ୱର ଆଜି ଗ୍ରେଟର ଭୁବନେଶ୍ୱରର ମାନ୍ୟତା ପାଇଛି।
ଜଣାଶୁଣା ଉଦ୍ୟୋଗୀ ଦେବାଶିଷ ପଟ୍ଟନାୟକଙ୍କ ଉପସ୍ଥାପନାରେ ପ୍ରସ୍ତୁତ ‘ଷ୍ଟୋରି ଅଫ୍ ଭୁବନେଶ୍ୱର’ ଓଡ଼ିଶାଲାଇଭର ଏକ ସ୍ୱତନ୍ତ୍ର ସିରିଜ୍।
Tags: #Bhubaneswar #CapitalofOdisha #StoryofBhubaneswar #Odisha