ଓଡ଼ିଶାଲାଇଭ୍ ବ୍ୟୁରୋ

“ପାଣ୍ଡିଆନ ବାବୁଙ୍କ ପାଇଁ ଓଡ଼ିଶାରେ ବିଜେଡି ହାରିଗଲା। ଏତେ ବର୍ଷର ଲୋକପ୍ରିୟ ସରକାର ଚାଲିଗଲା। ସେ ଦଳରେ ଥିବା ଯାଏଁ ଓଡ଼ିଶାରେ ବିଜେଡି ଆସିବ ନାହିଁ”, ମଙ୍ଗଳବାର ଦିନ ଏମିତି କିଛି କହିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ।

କେବଳ ଏତିକି ନୁହେଁ ପ୍ରସନ୍ନ ପାଟ୍ଟଶାଣୀ ଆହୁରି କହିଛନ୍ତି, “ସଂଘର୍ଷ କରି ବିଜେଡିକୁ ଗଢ଼ିଥିଲୁ। ମୋର ଦୁର୍ଭାଗ୍ୟ ମୋତେ ଦଳ ଛାଡ଼ିବାକୁ ପଡ଼ିଲା। କେବଳ ପାଣ୍ଡିଆନ ବାବୁଙ୍କ ପାଇଁ ମୁଁ ବିଜେଡି ଛାଡ଼ିବାକୁ ବାଧ୍ୟ ହେଲି।”  

ଅମର ଶତପଥୀଙ୍କ ପରେ ବିଜେଡିର ସ୍ଥିତିକୁ ନେଇ ପ୍ରସନ୍ନ ପାଟ୍ଟଶାଣୀଙ୍କ ବିସ୍ଫୋରକ ବୟାନକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ଉଠିଛି।

ସେ କହିଛନ୍ତି, “ଅମର ଶତପଥୀ କିଛି ଭୁଲ କଥା କହିନାହାନ୍ତି। ଅନେକ ଏଥର ନିର୍ବାଚନ ସମୟରେ ଅନେକ ଆଶାୟୀଙ୍କୁ ନିରାଶ କରାଗଲା। ଯେଉଁମାନେ ଟିକେଟ ପାଇବା ପାଇଁ ଯୋଗ୍ୟ ଥିଲେ ସେମାନଙ୍କୁ ଦିଆଗଲା ନାହିଁ। ମୋତେ ଟିକେଟ କହୁଥିଲେ, କିନ୍ତୁ ଦିଆଗଲା ନାହିଁ। ନବୀନ ବାବୁଙ୍କ ବିରୋଧରେ ମୁଁ କେବେ କିଛି କହି ନାହିଁ କିମ୍ବା କହିବି ନାହିଁ। ପାଣ୍ଡିଆନ ବାବୁଙ୍କ ପାଇଁ ବିଜେଡି ହାରିଗଲା।”

୨୦୨୪ ନିର୍ବାଚନ ବେଳେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ବିଜେଡି ଟିକେଟ ନଦେବାରୁ ସେ ଦିଲ୍ଲୀ ଯାଇ ବିଜେପିରେ ମିଶିଥିଲେ।

Tags: #Politics #OdishaPolitics #BJD #PrasannaPatasani #Odisha #Odisha

LEAVE A REPLY

Please enter your comment!
Please enter your name here