ଓଡ଼ିଶାଲାଇଭ୍ ବ୍ୟୁରୋ

ହରିଆଣାର ମୁଖ୍ୟମନ୍ତ୍ରୀ ହେବେ ନାଏବ ସିଂ ସୈନୀ। ଦ୍ଵିତୀୟ ଥର ପାଇଁ ସେ ହରିଆଣର ମୁଖ୍ୟମନ୍ତ୍ରୀ ଆସନରେ ବସିବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତି ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନାଏବ ସିଂଙ୍କୁ ପୁଣି ଥରେ ହରଆଣାର ମୁଖ୍ୟମନ୍ତ୍ରୀ କରିବା ଲାଗି ପ୍ରସ୍ତାବ ଦିଆଯାଇଥିଲା।
ହରିଆଣରେ ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି ବିଜେପି। ହରିଆଣାର ମୋଟ ୯୦ଟି ଆସନ ମଧ୍ୟରୁ ବିଜେପି ୪୮ଟି ଆସିନରେ ବିଜୟୀ ହୋଇଛି। ଅକ୍ଟୋବର ୮ ତାରିଖରେ ହରିଆଣା ନିର୍ବାଚନ ଫଳାଫଳ ଆସିବା ପରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ଚର୍ଚ୍ଚା ଚାଲିଥିଲା। ହରିଆଣାର ଶାସନ ଭାର ସମ୍ଭାଳିଥିବା ନାଏବ ସିଂ ସୈନୀନିଙ୍କୁ ଦଳ ଆଉ ଥରେ ସୁଯୋଗ ଦେବ ବୋଲି ମଧ୍ୟ ଅନୁମାନ କରାଯାଉଥିଲା।
ନାଏବ ସିଂ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇ ପୁଣି ଥରେ ହରିଆଣାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ହରିଆଣାର ପଞ୍ଚକୁଲା ସେକ୍ଟର ୫ସ୍ଥିତ ପ୍ୟାରେଡ ଗ୍ରାଉଣ୍ଡରେ ଅକ୍ଟୋବର ୧୭ ତାରିଖରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଏନଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Tag: #Politics #HariyanaPolitics #HariyanaCM #NaibSinghSaini #BJP

















