ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୨୩ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ମୟୂରଭଞ୍ଜରେ ପହଞ୍ଚି ୩ଟି ନୂଆ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି।

ରାଷ୍ଟ୍ରପତି ଅକ୍ଟୋବର ୨୩ ତାରିଖରେ ନିଜ ଜନ୍ମମାଟି ଉପରବେଡ଼ା ଗ୍ରାମକୁ ଯାଇ ସେଠାକାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଭେଟିବେ। ଏହାସହ ଗ୍ରାମବାସୀଙ୍କ ସହ ଆଲୋଚନା କରିବେ।

ରାଷ୍ଟ୍ରପତି ସେହିଦିନ ସଡ଼କ ପଥରେ ରାଇରଙ୍ଗପୁର ପହଞ୍ଚିବେ। ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ସେ ଅମ୍ବୁଲାନ୍ସର ଲୋକାର୍ପଣ କରିବେ। ଏହାସହ ରାଇରଙ୍ଗପୁର ସ୍ଥିତ ମହିଳା ମହାବିଦ୍ୟାଳୟକୁ ଯାଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ।

ଏହାପରେ ଅକ୍ଟୋବର ୨୪ ତାରିଖରେ ବାଙ୍ଗରିପୋଷିରେ ୩ଟି ନୂଆ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେହିଦିନ ଅପରାହ୍ଣରେ ମୟୂରଭଞ୍ଜ ଜିଲ୍ଲା ଗସ୍ତ ସାରି ପୁରୀ ଅଭିମୁଖେ ଯାତ୍ରା କରିବେ ରାଷ୍ଟ୍ରପତି।

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୋଲିସ ବିଭାଗ ତତ୍ପରତା ଦେଖେଇଛି। ସୁରକ୍ଷା ଦୃଷ୍ଟିରୁ ପୋଲିସ ଅଧିକାରୀମାନେ ମୟୂରଭଞ୍ଜ ଓ ପୁରୀରେ ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରସ୍ତୁତି ବୈଠକ କରୁଛନ୍ତି।

Tags: #PresidentofIndia #DroupadiMurmu #OdishaVisit #Mayurbhanj #Puri

LEAVE A REPLY

Please enter your comment!
Please enter your name here