ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରହ୍ମପୁରର ଶୀତଳାପଲ୍ଲୀ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ କ୍ୟାମ୍ପସ ୩ରେ କର୍କଟ ରୋଗୀମାନଙ୍କ ନିମନ୍ତେ କେମୋଥେରାପି ଚିକିତ୍ସା ବ୍ୟବସ୍ଥା ଆରମ୍ଭ ହୋଇଛି। ଦକ୍ଷିଣ ଓଡ଼ିଶାର କର୍କଟ ରୋଗୀଙ୍କୁ ଆଉ କେମୋଥେରାପି ଚିକିତ୍ସା ପାଇଁ ଦୂରସ୍ଥାନକୁ ଯିବାକୁ ପଡ଼ିବ ନାହିଁ।
ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲରେ ପ୍ରତ୍ୟେକ ଶନିବାର ଓ ରବିବାର ଦିନ ମାଗଣା କର୍କଟ ଚିକିତ୍ସାର ପରାମର୍ଶ ଦିଆଯାଉଛି। ଅଙ୍କୋଲୋଜି ମେଡିସିନ ବିଭାଗର ପରାମର୍ଶ ଶନିବାର ଦିନ ଦିଆଯାଉଥିବା ବେଳେ ଅଙ୍କୋଲୋଜି ସର୍ଜରୀ ବିଭାଗର ପରାମର୍ଶ ଶିବିର ରବିବାର ଦିନ ଉପଲବ୍ଧ ହେଉଛି।
ରୋଗୀମାନଙ୍କୁ ଆବଶ୍ୟକ ଚିକିତ୍ସା, ଅସ୍ତ୍ରୋପଚାର ଏବଂ କେମୋଥେରାପି ସମ୍ପର୍କରେ ଉପଯୁକ୍ତ ଦିଗଦର୍ଶନ ଦେବା ହିଁ ଏହି ମାଗଣା ପରାମର୍ଶ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ହସ୍ପିଟାଲର ନିର୍ଦ୍ଦେଶକ ଦେବପ୍ରସାଦ ଦାଶ କହିଛନ୍ତି।
Tags: #Chemotherapy #Treatment #SumHospital #Berhampur #Odisha #CancerTreatment