ଓଡ଼ିଶାଲାଇଭ୍ ବ୍ୟୁରୋ

ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନାୟବ ସିଂ ସୈନୀ। ଦ୍ଵିତୀୟ ଥର ପାଇଁ ସେ ହରିୟାଣାର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ଗୁରୁବାର ହରିୟାଣାର ରାଜ୍ୟପାଳ ବନ୍ଦାରୁ ଦାତ୍ତାତ୍ରେୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ହରିୟାଣାର ପଞ୍ଚକୁଲା ସ୍ଥିତ ଦଶହରା ପଡ଼ିଆରେ ହରିୟାଣାର ନୂଆ ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନେକ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ବରିଷ୍ଠ ନେତା ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

ଚଳିତ ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ଲଗାତର ତୃତୀୟ ଥର ପାଇଁ କ୍ଷମତା ହାସଲ କରିଥିଲା ବିଜେପି। ଏହାପରେ ନାଏବ ସିଂ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ ବିଜେପି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।

୨୦୨୪ ହରିୟାଣା ବିଧାନସଭା ନିର୍ବାଚନରେ ମୋଟ ୯୦ଟି ଆସନ ମଧ୍ୟରୁ ବିଜେପି ୪୮ଟି ଆସିନରେ ବିଜୟୀ ହୋଇଥିଲା। କଂଗ୍ରେସ ୩୭ଟି ସିଟରେ ସୀମିତ ରହିଥିଲା। ଏହାସହ ଆଇଏନଏଲଡିକୁ ୨ ସିଟ ମିଳିଥିବାବେଳେ ୩ଟି ଆସନରେ ସ୍ଵାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ।   

Tags: #NayabSinghSaini #CMofHaryana #BJP #NDA #Politics

Comment