ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ ଶୀତ କାକରରେ ରାତି କାଟିଲେ ଶହ ଶହ ଅଣପଞ୍ଜୀକୃତ ହବିଷ୍ୟାଳି। ଗୁରୁବାର ରାତିରେ ବୃନ୍ଦାବତୀ ନିବାସ ଓ ବଗଲା ଧର୍ମଶାଳା ବାହାରେ ହବିଷ୍ୟାଳିମାନେ ରାତି କାଟିଛନ୍ତି। ଅନଲାଇନ୍ ଆବେଦନ ସତ୍ତ୍ୱେ ମେସେଜ୍ ଆସିନଥିବାରୁ କାର୍ତ୍ତିକ ବ୍ରତଧାରୀଙ୍କୁ ରହିବାକୁ ଅନୁମତି ମିଳୁନାହିଁ। ରହଣି ଦାବି କରି କାଲିଠାରୁ ଧାରଣାରେ ବସିଛନ୍ତି ଶତାଧିକ ହବିଷ୍ୟାଳି।

ଗୁରୁବାର ପଞ୍ଜୀକରଣକୁ ନେଇ ଅସନ୍ତୋଷ ଝାଡିଥିଲେ ପଞ୍ଜୀକରଣ କରିନଥିବା ହବିଷ୍ୟାଳି। ପଞ୍ଜୀକରଣ ପ୍ରକ୍ରିୟାରେ ବାଦ ପଡ଼ିଥିବାବେଳେ ରହଣୀ ଦାବି କରି ବୃନ୍ଦାବତୀ ନିବାସ ଆଗରେ ଗତକାଲିଠାରୁ ହବିଷ୍ୟାଳିମାନେ ଧାରଣା ଜାରି ରଖିଥିଲେ। ଗୁରୁବାର ପ୍ରଶାସନ ପକ୍ଷରୁ କିଛି ଅତିରିକ୍ତ ବ୍ୟବସ୍ଥା କରାନଯିବାରୁ ସେମାନେ ଖୋଲା ଆକାଶ ତଳେ ରାତି କାଟିଥିଲେ।

ଚଳିତ ବର୍ଷ ହବିଷ୍ୟାଳି ମା’ମାନଙ୍କ ପାଇଁ ପୁରୀର ୪ଟି ସ୍ଥାନରେ ବ୍ୟବସ୍ଥା ହୋଇଛି। କିନ୍ତୁ ଯେଉଁମାନେ ଚଳିତ ଥର ଅନଲାଇନ ମାଧ୍ୟମରେ ଆବେଦନ କରିନାହାନ୍ତି ସେମାନଙ୍କୁ ସମ୍ପୃକ୍ତ ସ୍ଥାନରେ ରହିବା ପାଇଁ ଅନୁମତି ମିଳୁନାହିଁ। ତେବେ ସେମାନଙ୍କ ରହଣି ବ୍ୟବସ୍ଥା କରିବାକୁ ଜିଦ୍ ଧରିଛନ୍ତି ପଞ୍ଜୀକରଣ କରିନଥିବା ହବିଷ୍ୟାଳିମାନେ।     

Tags: #KartikaBrata #Habisyali #OnlineRegistration #Puri

Comment