ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
କୌଣସି କାରଣରୁ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇନପାରିଲେ ଜଣେ ବ୍ୟକ୍ତି ବ୍ରେନ ଷ୍ଟ୍ରୋକ୍ ବା ମସ୍ତିଷ୍କ ପକ୍ଷାଘାତର ଶିକାର ହୋଇଥାନ୍ତି। ଏହାର ପ୍ରଭାବ ଶରୀରର ବିଭିନ୍ନ ଅଙ୍ଗ ଉପରେ ପଡ଼ିଥାଏ। ବିଶେଷ କରି ଷ୍ଟ୍ରୋକ୍ ପୀଡ଼ିତଙ୍କ ସ୍ଵର ଉପରେ ମସ୍ତିଷ୍କ ପକ୍ଷାଘାତର ପ୍ରଭାବ ପଡ଼ିଥାଏ।
ବ୍ରେନ୍ ଷ୍ଟ୍ରୋକ୍ର ଶିକାର ହୋଇଥିବା ବ୍ୟକ୍ତିଙ୍କୁ କଥା କହିବା, ଖାଇବା ଏବଂ ଢୋକିବା ସମୟରେ ମଧ୍ୟ ସମସ୍ୟା ହୋଇଥାଏ। ଷ୍ଟ୍ରୋକ୍ର ଶିକାର ହୋଇଥିବା ବ୍ୟକ୍ତି ପୂର୍ବ ଭଳି ଭାଷାର ଆଦାନ ପ୍ରଦାନ କରିବାରେ ସମସ୍ୟା ଭୋଗିଥାନ୍ତି। ତେଣୁ ଷ୍ଟ୍ରୋକ୍ ପରେ ବ୍ୟକ୍ତିଙ୍କୁ ପୂର୍ବ ଭଳି ଭାଷାର ଆଦାନ ପ୍ରଦାନ କରିବା ପାଇଁ ସ୍ପିଚ୍ ଥେରାପି ଦେବାର ଆବଶ୍ୟକତା ରହିଛି।
ବର୍ତ୍ତମାନ ସମୟରେ ସାରା ଦୁନିଆରେ ‘ଷ୍ଟ୍ରୋକ’ ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି। ଅଣ ସଂକ୍ରାମକ ରୋଗ କ୍ଷେତ୍ରରେ ‘ଷ୍ଟ୍ରୋକ’ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟୁଛି। ଏ ବିଷୟରେ ଅଧିକ ସଚେତନତା ପାଇଁ ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖକୁ ବିଶ୍ଵ ଷ୍ଟ୍ରୋକ ଦିବସ ଭାବେ ପାଳନ କରାଯାଉଛି।
ଷ୍ଟ୍ରୋକ୍ ପରେ ସ୍ପିଚ୍ ଥେରାପିର ଆବଶ୍ୟକତା କାହିଁକି ପଡ଼ିଥାଏ, ସେ ସମ୍ପର୍କରେ ସ୍ପିଚ୍ ଲାଙ୍ଗୁଏଜ୍ ପାଥୋଲୋଜିଷ୍ଟ ଜୟଶଙ୍କର ପଣ୍ଡାଙ୍କଠାରୁ ଅଧିକ ଜାଣିବା।
Tags: #Physiotherapy #SpeechTherapy #Brainstroke #worldstrokeday#Doctorsadvice #treatment #odiahealthtips #Doctorsadvice #treatment