ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଯଦି କୌଣସି କାରଣରୁ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୁଏ ନାହିଁ ଏବଂ ମସ୍ତିଷ୍କର କୋଷିକାଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରେ ନାହିଁ, ତେବେ ଜଣେ ବ୍ୟକ୍ତି ବ୍ରେନ ଷ୍ଟ୍ରୋକ ବା ମସ୍ତିଷ୍କ ପକ୍ଷାଘାତର ଶିକାର ହୋଇଥାନ୍ତି। ଏହା ଦ୍ଵାରା ଶରୀରର ବିଭିନ୍ନ ଅଙ୍ଗ ଅଚଳ ହୋଇପଡ଼େ।

ଠିକ୍ ସମୟରେ ଚିକିତ୍ସା କରାଗଲେ ପକ୍ଷାଘାତର ଶିକାର ହୋଇଥିବା ବ୍ୟକ୍ତି ଶୀଘ୍ର ସୁସ୍ଥ ହେବାର ସମ୍ଭାବନା ରହିଛି। ସୁସ୍ଥ ହେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କର ଆବଶ୍ୟକ ଯତ୍ନ ନେବା ଜରୁରୀ। ଷ୍ଟ୍ରୋକ ଯୋଗୁଁ ପକ୍ଷାଘାତର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ପରବର୍ତ୍ତୀ ସମୟରେ ଫିଜିଓଥେରାପି ଏବଂ ସ୍ପିଚ ଥେରାପି ଦେବାର ଆବଶ୍ୟତା ରହିଥାଏ। ଯେତେ ଶୀଘ୍ର ସମ୍ଭବ ଥେରାପି ଆରମ୍ଭ କରିବା ଦ୍ଵାରା ପକ୍ଷାଘାତର ଶିକାର ହୋଇଥିବା ବ୍ୟକ୍ତି ଭଲ ହୋଇପାରିବେ ବୋଲି କୁହନ୍ତି ପ୍ରଫେସର ପତିତପାବନ ମହାନ୍ତି।

ବର୍ତ୍ତମାନ ସମୟରେ ସାରା ଦୁନିଆରେ ‘ଷ୍ଟ୍ରୋକ’ ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି। ଅଣ ସଂକ୍ରାମକ ରୋଗ କ୍ଷେତ୍ରରେ ‘ଷ୍ଟ୍ରୋକ’ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟୁଛି। ଏ ବିଷୟରେ ଅଧିକ ସଚେତନତା ପାଇଁ ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖକୁ ବିଶ୍ଵ ଷ୍ଟ୍ରୋକ ଦିବସ ଭାବେ ପାଳନ କରାଯାଉଛି।

ମସ୍ତିଷ୍କ ଆଘାତ ପରେ ଫିଜିଓଥେରାପିର ଭୂମିକା ବେଶ୍‌ ଗୁରୁତ୍ଵପୂର୍ଣ୍ଣ। ବ୍ୟକ୍ତିଙ୍କର ହାତ ଗୋଡ଼ ପୂର୍ବଭଳି କାର୍ଯ୍ୟକ୍ଷମ କରିବା ପାଇଁ ହେଲେ ବ୍ୟକ୍ତିଙ୍କୁ ଫିଜିଓଥେରାପିର ସାହାରା ନେବାକୁ ପଡ଼ିଥାଏ। ବ୍ରେନ୍‌ ଷ୍ଟ୍ରୋକ୍‌ ପୀଡ଼ିତଙ୍କ ପାଇଁ ଫିଜିଓଥେରାପିର ଗୁରୁତ୍ୱ ବିଷୟରେ ବିଶିଷ୍ଟ ଫିଜିଓଥେରାପିଷ୍ଟ ପ୍ରଫେସର ପତିତପାବନ ମହାନ୍ତିଙ୍କଠାରୁ ଅଧିକ ଜାଣିବା।

Tags: #physiotherapy #Brainstroke #worldstrokeday#Doctorsadvice #treatment #odiahealthtips #Doctorsadvice #treatment

LEAVE A REPLY

Please enter your comment!
Please enter your name here