ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ୍ ବା ମସ୍ତିଷ୍କାଘାତ ଆଜି ମୃତ୍ୟୁ ଓ ଅକ୍ଷମତା ସୃଷ୍ଟିର ଏକ ପ୍ରମୁଖ କାରଣ ପାଲଟିଛି। ତେଣୁ ସଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚିବା ସହ ଏହାର ଚିକିତ୍ସା କରିବା ନିହାତି ଜରୁରୀ। ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ମିତାଲି କର ବ୍ରେନ୍ ଷ୍ଟ୍ରୋକ୍ର ଚିକିତ୍ସା ବିଷୟରେ ବିସ୍ତୃତ ଭାବରେ କହିଛନ୍ତି।
ମଣିଷ ଶରୀରର ସମସ୍ତ କାର୍ଯ୍ୟକଳାପ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ମସ୍ତିଷ୍କ ତା’ର କାର୍ଯ୍ୟ କରିବା ପାଇଁ ମସ୍ତିଷ୍କର କୋଷିକାଗୁଡ଼ିକ ଉପରେ ନିର୍ଭର କରିଥାଏ। ଏହି କୋଷିକାଗୁଡ଼ିକ କାମ କରିବା ପାଇଁ ଅମ୍ଲଜାନ ଏବଂ ଗ୍ଲୁକୋଜ ଉପରେ ନିର୍ଭରଶୀଳ।
ଯଦି କୌଣସି କାରଣରୁ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୁଏ ନାହିଁ ଏବଂ ମସ୍ତିଷ୍କର କୋଷିକାଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରେ ନାହିଁ, ତା’ହେଲେ କୋଷିକାଗୁଡ଼ିକ ସେଗୁଡ଼ିକର ନିର୍ଦ୍ଦିଷ୍ଟ କାର୍ଯ୍ୟ କରିନପାରି ଅକର୍ମଣ୍ୟ ହୋଇଯାଆନ୍ତି, ଯାହାକୁ ବ୍ରେନ ଷ୍ଟ୍ରୋକ ବା ମସ୍ତିଷ୍କ ପକ୍ଷାଘାତ ବୋଲି କୁହାଯାଏ।
ଷ୍ଟ୍ରୋକ୍ ଦୁଇ ପ୍ରକାରର ହୋଇଥାଏ। ଗୋଟିଏ ହେମରଜିକ ଷ୍ଟ୍ରୋକ୍ ଏବଂ ଅନ୍ୟଟି ଇସଚିମିକ ଷ୍ଟ୍ରୋକ୍। ଯଦି ମସ୍କିଷ୍କ ଭିତରେ କୌଣସି କାରଣରୁ ରକ୍ତ ଶିରା ଫାଟିଯାଏ ତାହାକୁ ହେମରଜିକ ଷ୍ଟ୍ରୋକ୍ କୁହାଯାଏ ଏବଂ ଯଦି କୌଣସି କାରଣରୁ ରକ୍ତ ପ୍ରବାହ ଠିକ୍ ଭାବେ ହୋଇନଥାଏ ଏବଂ ସେହି ସ୍ଥାନରେ କୋଷିକାଗୁଡ଼ିକ ମରିଯାଆନ୍ତି ତେବେ ତାହାକୁ ଇସଚିମିକ ଷ୍ଟ୍ରୋକ କୁହାଯାଏ। ପ୍ରାୟ ୮୫ ପ୍ରତିଶତ ଲୋକ ଇସଚିମିକ ଷ୍ଟ୍ରୋକ୍ର ଶିକାର ହୋଇଥାନ୍ତି ବୋଲି କୁହନ୍ତି ଡାକ୍ତର ମିତାଲି କର।
ବର୍ତ୍ତମାନ ସମୟରେ ସାରା ଦୁନିଆରେ ‘ଷ୍ଟ୍ରୋକ୍’ ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି। ଅଣ ସଂକ୍ରାମକ ରୋଗ କ୍ଷେତ୍ରରେ ‘ଷ୍ଟ୍ରୋକ’ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟୁଛି। ଏ ବିଷୟରେ ଅଧିକ ସଚେତନତା ପାଇଁ ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖକୁ ବିଶ୍ଵ ଷ୍ଟ୍ରୋକ ଦିବସ ଭାବେ ପାଳନ କରାଯାଉଛି।
ଷ୍ଟ୍ରୋକ୍ ଦୁଇ ପ୍ରକାରର ହୋଇଥାଏ। ଗୋଟିଏ ହେମରଜିକ ଷ୍ଟ୍ରୋକ୍ ଏବଂ ଅନ୍ୟଟି ଇସଚିମିକ ଷ୍ଟ୍ରୋକ୍। ଯଦି ମସ୍କିଷ୍କ ଭିତରେ କୌଣସି କାରଣରୁ ରକ୍ତ ଶିରା ଫାଟିଯାଏ ତାହାକୁ ହେମରଜିକ ଷ୍ଟ୍ରୋକ୍ କୁହାଯାଏ ଏବଂ ଯଦି କୌଣସି କାରଣରୁ ରକ୍ତ ପ୍ରବାହ ଠିକ୍ ଭାବେ ହୋଇନଥାଏ ଏବଂ ସେହି ସ୍ଥାନରେ କୋଷିକାଗୁଡ଼ିକ ମରିଯାଆନ୍ତି ତେବେ ତାହାକୁ ଇସଚିମିକ ଷ୍ଟ୍ରୋକ କୁହାଯାଏ। ପ୍ରାୟ ୮୫ ପ୍ରତିଶତ ଲୋକ ଇସଚିମିକ ଷ୍ଟ୍ରୋକ୍ର ଶିକାର ହୋଇଥାନ୍ତି ବୋଲି କୁହନ୍ତି ଡାକ୍ତର ମିତାଲି କର।
Tags: #Brainstroke #worldstrokeday#Doctoradvice #treatment #odiahealthtips