ଓଡ଼ିଶାଲାଇଭ୍ ବ୍ୟୁରୋ

ଭିତରକନିକା ଏବଂ ଧାମରା ମଧ୍ୟରେ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ।

ବାତ୍ୟା ‘ଦାନା’କୁ ନେଇ ଆସିଛି ସ୍ପଷ୍ଟ ଚିତ୍ର। ଭିତରକନିକା ଓ ଧାମରା ମଧ୍ୟରେ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିବା ନେଇ ପାଣିଗ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଧାମରା ବନ୍ଦରରେ ୪ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବୁଧବାର ସକାଳେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’। ଅକ୍ଟୋବର ୨୪ ତାରିଖ ରାତିରେ କିମ୍ବା ୨୫ ତାରିଖ ସକାଳ ବେଳକୁ ଏହା ଭୀଷଣ ବାତ୍ୟାର ରୂପ ନେଇ ଭିତରକନିକା-ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି।

ଏହି ସାମୁଦ୍ରିକ ଝଡ଼ ବର୍ତ୍ତମାନ ପାରାଦୀପଠାରୁ ୫୨୦ କିଲୋମିଟର ଦକ୍ଷିଣପୂର୍ବରେ ଏବଂ ସାଗର ଆଇଲାଣ୍ଡଠାରୁ ୬୩୦ କିମି ଦୂର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ରହିଛି। ଏହା ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାକୁ ୧୫ କିମି ବେଗରେ ଗତି କରୁଛି।

ବାତ୍ୟା ସ୍ଥଳ ଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଏହି ସମୟରେ ୭ରୁ ୨୦ ସେଣ୍ଟିମିଟର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ କନ୍ଦ୍ର। ବାତ୍ୟା ପାଇଁ ଉଭୟ ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ସତର୍କ ସୂଚନା ଜାରି କରାଯାଇଛି।

Tags: #Cyclone #Depression #Rainfall #IMD #MCBBSR #Odisha #CycloneUpdates

Comment