ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରରେ କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ପ୍ରଥମ ଜୟନ୍ତ ମହାପାତ୍ର ସ୍ମାରକୀ ବକ୍ତୃତା ଆୟୋଜିତ ହୋଇଯାଇଛି। ମଙ୍ଗଳବାର ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେତକୀ ଫାଉଣ୍ଡେସନର ଟ୍ରଷ୍ଟୀ ଡକ୍ଟର ରବିନ୍ଦ୍ର କୁମାର ସ୍ୱାଇଁ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅରୁଣାଚଳ ପ୍ରଦେଶର ବିଶିଷ୍ଟ ଲେଖିକା ପଦ୍ମଶ୍ରୀ ମାମାଙ୍ଗ ଦାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଜୟନ୍ତ ମହାପାତ୍ର ଓ ତାଙ୍କ ସାହିତ୍ୟ ଜୀବନର ସମ୍ବନ୍ଧରେ ଆଲୋକପାତ କରିଥିଲେ।

ପଦ୍ମଶ୍ରୀ ମାମାଙ୍ଗ ଦାଇ ଜୟନ୍ତ ମହାପାତ୍ରଙ୍କ ସ୍ମୃତିରେ ଏହି କାର୍ଯ୍ୟକ୍ରମର ଆୟୋଜନକୁ ଖୁବ ପ୍ରଶଂସା କରିଥିଲେ। ସେ ଜୟନ୍ତ ମହାପାତ୍ରଙ୍କ କବିତା ଓ ଜୀବନ ଉପରେ ନିଜର ମନୋଜ୍ଞ ଅଭିଭାଷଣ ପ୍ରଦାନ କରିଥିଲେ। ଏହାସହ ଉତ୍ତର-ପୂର୍ବାଞ୍ଚଳର କବିମାନଙ୍କ ସହ ଜୟନ୍ତ ମହାପାତ୍ରଙ୍କର ଘନିଷ୍ଟତାକୁ ମଧ୍ୟ ସେ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଷିଷ୍ଟ କବି ତଥା ଗୀତିକାର ଦେବଦାସ ଛୋଟରାୟ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଜୟନ୍ତ ମହାପାତ୍ରଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଓ କଟକର ସାହିତ୍ୟ ଜଗତ ବିଷୟରେ ଆଲୋଚନା କରିଥିଲେ।

ଓଡ଼ିଆ ଭାଷାରେ ସୁନାମ ଅର୍ଜନ କରିଥିବା କବି ମନୁଆ ଦାଶ, କେଦାର ମିଶ୍ର, ବାସୁଦେବ ସୁନାନୀ, ପ୍ରତୀକ୍ଷା ଜେନା ଓ ଇଂରାଜୀ କବି ପ୍ରୋବାଲ ମଜୁମଦାର କାର୍ଯ୍ୟକ୍ରମରେ ଜୟନ୍ତ ମହାପାତ୍ରଙ୍କର ଓଡ଼ିଆ ଓ ଇଂରାଜୀ କବିତା ପାଠ କରିଥିଲେ।

ପ୍ରତିବର୍ଷ ଜୟନ୍ତ ମହାପାତ୍ର ସ୍ମାରକୀ ବକ୍ତୃତାମାଳା ଏକ ବାର୍ଷିକ କାର୍ଯ୍ୟକ୍ରମ ଭାବେ ଆୟୋଜନ କରାଯିବ ବୋଲି ଏଠାରେ କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଘୋଷଣା କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି, ଲେଖକ, କବି, ସାହିତ୍ୟ ପ୍ରେମୀ ଓ ସାମ୍ବାଦିକ ଯୋଗ ଦେଇଥିଲେ।

Tags: #JayantaMahapatraMemorialLecture #KetakiFoundationTrust  #LiteraryProgramme  #Bhubaneswar

LEAVE A REPLY

Please enter your comment!
Please enter your name here