ଓଡ଼ିଶାଲାଇଭ୍ ବ୍ୟୁରୋ

କେରଳର ୱାୟନାଡ ଲୋକସଭା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ବୁଧବାର ସେ ୱାୟନାଡ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଦଳର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରମୁଖ ଯୋଗ ଦେଇଥିଲେ।

ପ୍ରାର୍ଥିପତ୍ର ଦାଖଲ ପାଇଁ ପ୍ରିୟଙ୍କା ଗାନ୍ଧୀ ଶୋଭାଯାତ୍ରାରେ ଆସି ୱାୟନାଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ଶୋଭାଯାତ୍ରାରେ ଅନେକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ। 

ୱାୟନାଡ ଲୋକସଭା ଉପନିର୍ବାଚନରୁ ହିଁ ପ୍ରଥମଥର ପାଇଁ ରାଜନୈତିକ ମଇଦାନରେ ଓହ୍ଲାଇବାକୁ ଯାଉଛନ୍ତି ପ୍ରିୟଙ୍କା ଗାନ୍ଧୀ। ୱାୟନାଡ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ବିଗୁଲ୍ ବାଜିବା ପରେ ପ୍ରିୟଙ୍କା ଗାନ୍ଧୀ ଏଠାରୁ ଲଢ଼ିବେ ବୋଲି କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଥିଲା।

ୱାୟନାଡ ଉପନିର୍ବାଚନ ପାଇଁ ସିପିଆଇ ସତ୍ୟନ ମୋକେରିଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ନାବ୍ୟା ହରିଦାସଙ୍କୁ ମଇଦାନକୁ ଓହ୍ଲାଇଛି। ୱାୟନାଡରେ ନଭେମ୍ବର ୧୩ ତାରିଖରେ ଭୋଟ୍ ଗ୍ରହଣ ହେବ। ଏହାପରେ ନଭେମ୍ବର ୨୩ ତାରିଖରେ ନିର୍ବାଚନୀ ଫଳାଫଳ ବାହାରିବ।

୨୦୨୪ ଲୋକସଭା ନିର୍ବାଚନରେ ୱାୟନାଡ ସହ ରାଏବରେଲି ଆସନରୁ ରାହୁଲ ଗାନ୍ଧୀ ନିର୍ବାଚନ ଲଢ଼ି ଜିତିଥିଲେ। ତେବେ ସେ ନିଜ ପାରିବାରିକ ଆସନ ରାଏବରେଲିକୁ ନିଜ ପାଖରେ ରଖି ୱାୟନାଡରୁ ଇସ୍ତଫା ଦେଇଥିଲେ। ଏହାପରେ ଉକ୍ତ ଆସନ ଖାଲି ପଡ଼ିଥିଲା।

Tags: #WayanadByelections #PriyankaGandhi #Congress #Loksabha #Kerela

LEAVE A REPLY

Please enter your comment!
Please enter your name here